କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ
କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) – ଡେରାବିଶ ବ୍ଲକ ଅନ୍ତର୍ଗତ ପ୍ରମୁଖ ବ୍ୟବସାୟ ସ୍ଥଳ ଚାନ୍ଦୋଳ ବଜାରରେ ସୋମବାର କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଚାନ୍ଦୋଳ ଶାଖା ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ
---------------କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ  ଡେରାବିଶ,୨୧/


କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) – ଡେରାବିଶ ବ୍ଲକ ଅନ୍ତର୍ଗତ ପ୍ରମୁଖ ବ୍ୟବସାୟ ସ୍ଥଳ ଚାନ୍ଦୋଳ ବଜାରରେ ସୋମବାର କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଚାନ୍ଦୋଳ ଶାଖା ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ବ୍ୟାଙ୍କ ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶିଲ କୁମାର ସାମଲ,ଆଇଟି ମ୍ୟାନେଜର ଆଦିତ୍ୟ ଶତପଥୀ, ମୁଖ୍ୟ ଶାଖା ପରିଚାଳକ ମୀନାକ୍ଷୀ ପାଣି, ଜୟଶ୍ରୀ ଦାସ, ସହାୟକ ପରିଚାଳକ ଭଞ୍ଜ କିଶୋର ଜେନା, ନିର୍ଦେଶକ ଆଇନଜୀବୀ ବିଧୂଭୂଷଣ ମହାପାତ୍ର, ମହେନ୍ଦ୍ର କୁମାର ପରିଡ଼ା, ସୁଧାଂଶୁ ଶେଖର ପ୍ରତାପ, ଶ୍ରୀକାନ୍ତ ନାୟକ, ଚାନ୍ଦୋଳ ବଜାର କମିଟି ସଭାପତି ଶିବାଶିଷ ମହାନ୍ତି, ପ୍ରମୋଦ କୁମାର ସାହୁ, ହରେକୃଷ୍ଣ ସାମଲ, ପ୍ରମୋଦ କୁମାର ପ୍ରତାପ ଓ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବ୍ୟବସାୟୀ ଓ ସଦସ୍ୟମାନେ ଯୋଗଦେଇଥିଲେ। ସାମ୍ପ୍ରତିକ ସମୟରେ ସହରାଂଚଳ ସମବାୟ ବ୍ୟାଙ୍କ ଗୁଡ଼ିକ ବହୁ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ତେବେ ସୁଦୃଢ ପରିଚାଳନା ,ଆର୍ôଥକ ଶୃଙ୍ଖଳା ଓ ଗ୍ରାହକଙ୍କ ଆସ୍ଥାକୁ ଆଧାର କରି ଏହି ବ୍ୟାଙ୍କ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିପାରିଛି ବୋଲି ସଭାପତି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ। ବ୍ୟାଙ୍କର ବିଭିନ୍ନ ଆର୍ôଥକ ମାନଦଣ୍ଡ ରେ ରିଜର୍ଭ ବ୍ୟାଙ୍କର ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିଥିବାରୁ ଫାଇନାନ୍ସିଆଲ୍ ସାଉଣ୍ଡ ଆଣ୍ଡ ୱେଲଡ ମ୍ୟାନେଜଡ ବ୍ୟାଙ୍କ ଭାବେ ପରିଗଣିତ ହୋଇଛି। ଏହା ଫଳରେ ବ୍ୟାଙ୍କ ରାଜ୍ୟରେ ନିଜର ସୁନାମ ଅର୍ଜନ କରିପାରିଛି। ଆଗାମୀ ଦିନରେ କେତୋଟି ନୂତନ ଶାଖା ଖୋଲିବାକୁ ପ୍ରସ୍ତାବ ରହିଥିବା ସେ ପ୍ରକାଶ କରିଛନ୍ତି। ଶାଖା ପରିଚାଳକ ସଞ୍ଜୟ କୁମାର ମଲ୍ଲ, ଅରୁଣ ବିକାଶ ରାଉତ, ପ୍ରଦୀପ୍ତ କୁମାର ଲେଙ୍କା, ଅଭିମନ୍ୟୁ ନାୟକ, ପ୍ରଶନ୍ନ କୁମାର ଦାସ, କର୍ମଚାରୀ ମନୋଜ କୁମାର ପଣ୍ଡା, ସନାତନ ସାହୁ, ଅରବିନ୍ଦ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଜେନେରାଲ ମ୍ୟାନେଜର ରାଜୀବ ଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande