କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ
ନୂଆପଡ଼ା, ୨୨ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ଉଦ୍ୟାନବନ୍ଧ ରେଞ୍ଜର କୁମୁଟିମୁଣ୍ଡା ଗ୍ରାମ ନିକଟରୁ ଏକ କଲରାପତରିଆ ବାଘର ଛାଲ ଜବତ ହୋଇଥିବା ବେଳେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଛି। ବିଶ୍ଵସ୍ତ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ଓଡ଼ିଶା ବନ
Bagha chhala jabat jane giraf


ନୂଆପଡ଼ା, ୨୨ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ଉଦ୍ୟାନବନ୍ଧ ରେଞ୍ଜର କୁମୁଟିମୁଣ୍ଡା ଗ୍ରାମ ନିକଟରୁ ଏକ କଲରାପତରିଆ ବାଘର ଛାଲ ଜବତ ହୋଇଥିବା ବେଳେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଛି। ବିଶ୍ଵସ୍ତ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ଓଡ଼ିଶା ବନ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ କୁମୁଟିମୁଣ୍ଡା ଗ୍ରାମ ନିକଟରୁ ଇନାୟତ ଅଲ୍ଲୀଙ୍କୁ ଘଟଣାସ୍ଥଳରୁ ଧରାଯାଇଥିବା ସୂଚନା ମିଳିଛି। ଚଢ଼ଉ ସମୟରେ ତାଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘର ଛାଲ ଜବତ କରାଯାଇଛି। ଏହି ଘଟଣାରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ଧାରା ୫୧ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ଜବତ ବାଘ ଛାଲର ବୈଜ୍ଞାନିକ ପରୀକ୍ଷା ସହ ଏହାର ବୟସ, ଉତ୍ସ ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

ଏହି ଘଟଣା ପଛରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ବନ୍ୟପ୍ରାଣୀ ଛାଲ କାରବାରର କୌଣସି ଚକ୍ର ସହ ଏହାର ସମ୍ପର୍କ ରହିଛି କି ନାହିଁ, ସେ ଦିଗରେ ମଧ୍ୟ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande