
ଧର୍ମଶାଳା, ୨୨ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଂଚଳରେ ଅଘଟଣ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ । ଗିରଫ ଯୁବକ ଜଣ ହେଲେ ଏହି ଥାନା ଅନ୍ତର୍ଗତ ଅର୍ଥଙ୍ଗା ଗ୍ରାମର ଦାମ ରାଉତଙ୍କ ପୁଅ ସୁନାକର ରାଉତ(୩୩) ବୋଲି ଜଣାପଡିଛି ।
ଅଭିଯୋଗ ମୁତାବକ, ଅର୍ଥଙ୍ଗା ଛକରେ ମିନତୀ ରାଉତଙ୍କର ଏକ ଜଳଖିଆ ଦୋକାନ ରହିଛି । ମିନତୀ ତାଙ୍କ ଝିଆରୀଙ୍କୁ ଦୋକାନରେ ବସାଇ ଘରକୁ ଯାଇଥିଲେ । ଯୁବତୀ ଜଣକ ଦୋକାନରେ ଏକଟିଆ ଥିବା ସୁଯୋଗ ନେଇ ଏହି ଗ୍ରାମର ଦାମ ରାଉତଙ୍କ ପୁଅ ସୁନାକର ତାଙ୍କୁ ଅସଦାଚରଣ କରିଥିଲା । ଏହି ଘଟଣାକୁ ନେଇ ଯୁବତୀ ଜଣକ ଘରେ ଜଣାଇବା ଥିଲା । ଏହି ଘଟଣାରେ ଖୁଡି ମିନତୀ ବ୍ରହ୍ମବରଦା ଥାନାରେ ସୁନାକରଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଅର୍ଥଙ୍ଗା ଗ୍ରାମରେ ପଂହଚି ଘଟଣାର ତଦନ୍ତ କରିବା ସହ ସୁନାକରକୁ ଗିରଫ କରିଥିଲା । କେସ୍ ନଂ ୧୭୬ା୨୬ରେ ଏକ ମାମଲା ରୁଜୁ କରି ସୁନାକରକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ସଂଜୟ କୁମାର ପରିଡା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ