
ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.) ଓଡ଼ିଶା ସରକାର ମଙ୍ଗଳବାର ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ନୂତନ ପଦରେ ନିଯୁକ୍ତି ଦିଆଯାଇଛି।
ବର୍ତ୍ତମାନ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ (ଏସ୍ପି) ଥିବା ଡ. ସର୍ବଣା ବିବେକ ଏମ୍.ଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ଦିଆଯାଇଛି। ଆର୍ଆର୍ ୨୦୧୫ ବ୍ୟାଚ୍ର ଏହି ଅଧିକାରୀ ଶ୍ରୀ ଜଗମୋହନ ମୀନା, ଆର୍ଆର୍ ୨୦୧୩, ଭାରମୁକ୍ତ ହେବା ପରେ ନୂତନ ଦାୟିତ୍ୱ ଗ୍ରହଣ କରିବେ।
ଢେଙ୍କାନାଳ ଏସ୍ପି ଥିବା ଶ୍ରୀ ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ବଦଳି କରାଯାଇଛି। ସେହିପରି ରାଜ୍ୟ ପୋଲିସ ମୁଖ୍ୟାଳୟରେ ସହକାରୀ ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଏ.ବି. ଶିଳ୍ପାଙ୍କୁ ବରଗଡ଼ ଏସ୍ଡିପିଓ ଭାବେ ନିଯୁକ୍ତି ମିଳିଛି।ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କା ବି. ମାନେଙ୍କୁ ଢେଙ୍କାନାଳ ଏସ୍ପି ଭାବେ ବଦଳି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ