ସମାଜସେବୀ ପ୍ରେମାନନ୍ଦ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା
ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଛେନାପଦିସ୍ଥିତ ବିଷ୍ଣୁପ୍ରିୟା ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସଙ୍କ ପ୍ରଥମ ବାର୍ଷିକୀ ଶାଦ୍ଧୋତ୍ସବ କୁଆଁସ ସ୍ଥିତ ବାସଭବନଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ତଥା କନିଷ୍ଠ ଭ୍ରାତା ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ
PREMANANDA DAS NKA SRADHANJALI SABHA


ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଛେନାପଦିସ୍ଥିତ ବିଷ୍ଣୁପ୍ରିୟା ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସଙ୍କ ପ୍ରଥମ ବାର୍ଷିକୀ ଶାଦ୍ଧୋତ୍ସବ କୁଆଁସ ସ୍ଥିତ ବାସଭବନଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ତଥା କନିଷ୍ଠ ଭ୍ରାତା ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗାନ୍ଧୀ ବିଚାର ମଂଚର ସମ୍ପାଦକ ସୁଧାକର ରାଉତ, ବିଷ୍ଣୁପ୍ରିୟା ବାଳାଶ୍ରମର ଉପସଭାପତି ସୁରେନ୍ଦ୍ର ପରିଡ଼ା, ଭଦ୍ରକ ଜିଲ୍ଲା ଜଜ୍ କୋର୍ଟର ସହକାରୀ ଆଇନ ସହାୟତା ପ୍ରତିରକ୍ଷା ପରାମର୍ଶ ଦାତା ଡ. ତାପସ କୁମାର ମହାନ୍ତି, ଜଳସମ୍ପଦ ବିଭାଗର ଅବସର ପ୍ରାପ୍ତ ସର୍ବୋଚ ଯନ୍ତ୍ରୀ ଅକ୍ଷୟ କୁମାର ଦାସ, ଅନନ୍ତପୁର ସ୍ଥିତ ଚିତଳ ସଂଙ୍ଘ ଶାଖାର ସମ୍ପାଦକ ଅନିରୁଦ୍ଧ ନାୟକ, ଗାନ୍ଧୀ ବାଳାଶ୍ରମ ପରିଚାଳନା କମିଟିର ସଦସ୍ୟ ଉପେନ୍ଦ୍ର ବାରିକ, କଟକସ୍ଥିତ ଜେକେ.ବି.କେ. କଲେଜର ଅଧ୍ୟାପକ ଦେବୀଦତ ଦାସ, ପୁରୁବାଇ କନ୍ୟାଶ୍ରମର ସମ୍ପାଦକ ସୁମତି ମହାନ୍ତି, କାଉନସିଲର କରୁଣାକର ବେହେରା, ଶିକ୍ଷାବିତ୍ କାଦମ୍ବିନୀ ମହାନ୍ତି, ଏ ଟୁ ଜେଡର୍ ସାମ୍ବାଦିକ ସୂରୁପାନନ୍ଦ ଦାସ, ଗାନ୍ଧୀ ବାଳାଶ୍ରମର ପ୍ରାକ୍ତନ ଅଧୀକ୍ଷକ ହୃଷିକେଶ ମହାନ୍ତି, ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟଚାଷ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ଡ. କାନ୍ତଦାସ ମହାପାତ୍ର, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ଆଦି ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ସମାଜସେବା ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ନିଜ ପିତା ୰ କପିଳ ଚରଣ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ମାତା ବିଷ୍ଣୁପ୍ରିୟା ଦାସଙ୍କ ନାମରେ ଛେନାପଦିଠାରେ ଏକ ବାଳାଶ୍ରମ ଓ ଜରାନିବାସ ପ୍ରତିଷ୍ଠା କରିଥିଲେ । ଗାନ୍ଧୀଜିଙ୍କ ଜୀବନାଦର୍ଶ, ନୀତି ଆଦର୍ଶକୁ ପାଥେୟ କରି ସମାଜର ଅନାଥ ଅସହାୟ ଶିଶୁ ମାନଙ୍କୁ କୋଳେଇ ଆଣି ଆଶ୍ରମରେ ପାରିବାରିକ ସ୍ନେହ ଶ୍ରଦ୍ଧା ପରିବେଶରେ ଳାଳନ ପାଳନ କରି ସେମାନଙ୍କୁ ଯେଉଁ ଭଳି ଭାବରେ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିପାରିଥିଲେ, ତାହା ଯୁଗଯୁଗକୁ ସ୍ମୃତି ହୋଇ ରହିବ । ସଭା ପ୍ରାରମ୍ଭରେ କଳାକାର କାଳନ୍ଦୀ ମଲିକ ଉତ୍ସବ ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ମୃତି କମିଟି ତର‘ରୁ ସ୍ମୃତି ପୁସ୍ତିକା “ନିତ୍ୟଲୋକେ ପ୍ରେମାନନ୍ଦ” ଉନ୍ମୋଚିତ ହୋଇଥିଲା। ଜ୍ୟୈଷ୍ଠ ପୁତ୍ର ମ୍ରିନାଲ ଓ କନିଷ୍ଠ ପୁତ୍ର ଅମ୍ଳାନଙ୍କ ସମେତ ସମସ୍ତ ପରିବାରବର୍ଗ ସଭାପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରାନଗୋପାଳ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande