
କୋରାଇ, ୨୨ ସେପ୍ଟେମ୍ବର(ହି.ସ.) – ପାଣିକୋଇଲି ପୁଲିସ ଦ୍ୱାରା ୩ ଜଣ ଦେଶୀ ମଦ ଚୋରା ବେପାରୀକୁ ଧରିବା ସହ ତାକୁ ଗିରଫ କରାଯାଇଛି । ପ୍ରକାଶ ଯେ ମଦ ଧରିବାରେ ପାଣିକୋଇଲି ପୁଲିସ କଡା ଆଭିମୁଖ୍ୟ ଗ୍ରହଣ କରିଥିବାବେଳେ ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ମାଳଆନନ୍ଦପୁର ପଂଚାୟତ ଶରଧା ହୋଟେଲ ନିକଟରେ ପାଣିକୋଇଲି ଗ୍ରାମର ଉମେଶ ସ୍ୱାଇଁ(୩୨) ଚୋରା ଦେଶୀ ମଦ ବ୍ୟବସାୟ କରୁଥିବାବେଳେ ତା’ ନିକଟରୁ ୫ଲିଟର(୨୫ ବୋତଲ) ଆସ୍କା ଫର୍ଟି, ବାବାମଣି ହୋଟେଲ ନିକଟରେ ରୁମାପଶି ଗ୍ରାମର ସୁରେନ୍ଦ୍ର ସେନାପତି(୫୭)ଙ୍କ ଠାରୁ ନିକଟରୁ ୫ଲିଟର(୨୫ ବୋତଲ ) ଆସ୍କାର ଫର୍ଟି ଜବତ କରାଯାଇଛି। ସେହିପରି ଶଙ୍ଖଚିଲା ଫାଣ୍ଡି ଅନ୍ତର୍ଗତ ଖମଣ ପଂଚାୟତ ନାଉଡ଼ପୁର ଗ୍ରାମର କୈଳାସ ଦଳେଇ(୪୭) ତା’ ଘରେ ମଦ ରଖି ଚୋରା କାରବାର ଚଳାଉଥିବା ସୂଚନା ପୁଲିସ ପାଇ ଚଢ଼ାଉ କରି ୨୧ ବୋତଲ ଆସ୍କାଫର୍ଟି(୪.୨୦୦) ଜବତ କରିଥିଲା । ମଦ ସହ ସେମାନଙ୍କୁ ଧରି ଥାନାକୁ ଆଣିବା ପରେ ତିନି ମାମଲା ୩୩୭/୨୬, ୩୩୮/୨୬, ୩୪୦/୨୬ ରୁଜ୍ଜୁ କରି ତାକୁ ଗିରଫ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି