ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର
ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର
ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର


ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର


ସମ୍ବଲପୁର, ୨୨, ସେପ୍େଟମ୍ବର (ହି.ସ.) - ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଆନୁକୂଲ୍ୟରେ 'ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶୃଙ୍ଖଳାର ଏକ ଶିବିର କାର୍ଯ୍ୟକ୍ରମ ପ୍ରକଳ୍ପ ସଂଯୋଜକ ଶିବ ଶଙ୍କର ଷଢଙ୍ଗୀଙ୍କ ପରିଚାଳନା କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭିକ ପ୍ରାର୍ଥନା ପରେ ସ୍ୱାସ୍ଥ୍ୟ ସଚେତନତା ଶିକ୍ଷା' ଅନ୍ତର୍ଗତ ଯୋଗ ଓ ପ୍ରାଣାୟାମ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ବିଶିଷ୍ଟ ଯୋଗଗୁରୁ ଡା. ଜୟଦେବ ମେହେର । ସ୍ୱାମୀ ବିବେକାନନ୍ଦ'ଙ୍କ ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କରେ ବଲାରଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦୀପାଳି ଚୌଧୁରୀ ଆଲୋକପାତ କରିଥିଲେ । ଅନ୍ୟ ଏକ ଅଧିବେଶନରେ ଜୀବନ କୌଶଳ ଶିକ୍ଷ୍ୟା' ଅଧୀନରେ ବ୍ୟକ୍ତିତ୍ୱର ବିକାଶ' ଉପରେ ପ୍ରାକ୍ତନ ବ୍ୟାଙ୍କ୍ ଅଧିକାରୀ ପୃଥ୍ୱୀରାଜ ମିଶ୍ର ସୂଚନା ଦେଇଥିଲେ ଅନୁଷ୍ଠାନର ସମ୍ପାଦକ ରଘୁନାଥ ମିଶ୍ର, ଡ. ଗିରିଧାରୀ ହୋତା, ବର୍ଷିଆନ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ତଥା ଡ.ଅଶୋକ ହୋତା ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande