ଶିଶୁ ସୁରକ୍ଷା ଆଇନ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଆଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ସୁରକ୍ଷା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଶିଶୁ ସୁରକ୍ଷା ଆଇନ ଓ ହେଲ୍ପଲାଇନ ନମ୍ବର ୧୦୯୮ ସଂର୍ପକରେ ଛାତ୍ରୀ ମାନଙ୍କୁ ସଚେତନ କରାଯାଇଥି
SISHU SURAKHYA AAIN SACHETANA


ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଆଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ସୁରକ୍ଷା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଶିଶୁ ସୁରକ୍ଷା ଆଇନ ଓ ହେଲ୍ପଲାଇନ ନମ୍ବର ୧୦୯୮ ସଂର୍ପକରେ ଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା । ଶିଶୁ ସୁରକ୍ଷା ୟୁନିଟ ସେଲ ସଂଯୋଜକ ରମାକାନ୍ତ ଜେନା ଓ ଲକ୍ଷ୍ମଣ ଜେନା ଆଇନର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଚିଞରଞ୍ଜନ ମହାନ୍ତି, ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଳ, କୈଳାସ ପଣ୍ଡା, ଭାଗ୍ୟଶ୍ରୀ ପଣ୍ଡା, ସୁମିତ୍ରା ନାଇକ, ପ୍ରମୋଦିନୀ ସାହୁ, ସାଗରିକା ମହାନ୍ତି,ସାବିତ୍ରୀ ଦାଶ, ବିଦ୍ୟୁତଲତା ଦାସ,ରଞ୍ଜିତା ଶିଅଳ, ବନଜିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande