



ସମ୍ବଲପୁର, ୨୨ ସେପ୍ଟେମ୍ବର (ହି.ସ.)- ସମ୍ବଲପୁରରୁ ସେପ୍ଟେମ୍ବର ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଯାଇଛି । ଏଥିରେ ୮ଟି ଜିଲ୍ଲାରୁ ମୋଟ ୮୦୦ ଜଣ ଯାତ୍ରୀ ଗସ୍ତ କରିବାର ଚୂଡାନ୍ତ ହୋଇଥିବା ଜଣାପଡିଛି। ଏହି ପର୍ଯ୍ୟାୟରେ ଜିଲ୍ଲା ଭିତ୍ତିକ ସିଟ୍ ଆବଣ୍ଟନରେ ସମ୍ବଲପୁରରୁ ୮୯, ଦେବଗଡ଼ ୨୭, ବଲାଙ୍ଗୀର ୧୪୧, ବରଗଡ଼ ୧୨୭, ଝାରସୁଗୁଡ଼ା ୫୦, ସୁନ୍ଦରଗଡ଼ ୧୮୦, ଅନୁଗୋଳ ୧୦୯ ଓ ସୁବର୍ଣ୍ଣପୁରରୁ ୫୨ ଜଣ ରହିଛନ୍ତି । ବରିଷ୍ଠ ନାଗରିକଙ୍କ ଏହି ଯାତ୍ରା କାଳରେ ୨୫ ଜଣ ଏସ୍କର୍ଟ ଅଫିସର ରହିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ