
କେନ୍ଦୁଝର, ୨୨ ସେପ୍ଟେମ୍ବର(ହି.ସ.) – କେନ୍ଦୁଝର ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ୧୪ ବର୍ଷ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ଟାଇକୋଣ୍ଡ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତରେ ଶଙ୍କରପୁର ସ୍ଥିତ ଧରଣୀଧର ସ୍ପୋର୍ଟସ କମ୍ପେ୍ଲକ୍ସ ଠାରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତିପ୍ରସାଦ ପରିଡ଼ା, ଜିଲା କ୍ରୀଡ଼ା ଅଧିକାରୀ ସରୋଜ ମଲିକ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦର ଓଁକାର ଅନ୍ୱେଷ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ରାଜ୍ୟ ତଥା ଦେଶର କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ ନିମନ୍ତେ ଉତ୍ସାହିତ କରିଥିଲେ। ଏହି କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ୩୧ଟି କ୍ରୀଡ଼ା ଜୋନ୍ରୁ ୪୫୦ କ୍ରୀଡ଼ାବିତ ଓ ୫୦ ଜଣ ଅଫିସିଆଲ ଯୋଗ ଦେଇଛନ୍ତି। ଏହି କ୍ରୀଡା ପ୍ରତିଯୋଗିତା ପରିଚାଳନାରେ ରାଜ୍ୟ ଓ ଜିଲ୍ଲାର ୫୦ ଜଣ ଅଫିସିଆଲ ଓ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA