
ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅଧିନ ଧାମରା ରେଲୱେ ଓଭରବ୍ରିଜ ନିକଟରେ ଦୁଇଟି ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଅନ୍ୟ ଏକ ବସକୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲେ ଯେ ଉଭୟ ବସ କ୍ଷତିଗ୍ରସ୍ତ ହୋଇଛି । ଏହାସହ ୨୦ ଜଣ ଆହତ ହୋଇଛନ୍ତି । ଦୁଇ ତୀର୍ଥଯାତ୍ରୀ ବସ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ଆହତ ହେଲେ ୨୦ରୁ ଅଧିକ ଶ୍ରଦ୍ଧାଳୁ । ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରିପୋର୍ଟ ଅନୁସାରେ, ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅଧିନ ଧାମରା ରେଲୱେ ଓଭରବ୍ରିଜ ନିକଟରେ ଦୁଇଟି ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀ ବସ ଅନ୍ୟ ଏକ ବସକୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲେ ଯେ ଉଭୟ ବସ କ୍ଷତିଗ୍ରସ୍ତ ହୋଇଛି । ଏହାସହ ୨୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଗ୍ରାମାଂଚଳ ପୋଲିସ ଓ ଦମକଳ ବାହିନୀ ପହଂଚିଥିଲେ । ସେମାନେ ସମସ୍ତ ଆହତ ଓ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ସୌଭାଗ୍ୟବଶତଃ କେହି ମୃତ୍ୟୁବରଣ କରିନଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ