ଶିଶୁ କାଠ ଜବତ, ୩ କାଠ ମାଫିଆ ଗିରଫ
ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ ଅନ୍ତର୍ଗତ ବିନାୟକପୁର ଜଙ୍ଗଲରେ ବନ ବିଭାଗ ଚଢ଼ଉ କରି ଗତକାଲି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶିଶୁ କାଠ ଗଣ୍ଡି ଜବତ କରିଛି । ବେଆଇନ ଭାବେ ଶିଶୁ କାଠ ଚାଲାଣ କରୁଥିବା ଏକ ଟ୍ରାକ୍ଟର ଓ ଏକ ବାଇକକୁ ମଧ୍ୟ ଜବତ କରାଯାଇଛି ।
ଶିଶୁ କାଠ ଜବତ, ୩ କାଠ ମାଫିଆ ଗିରଫ


ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ ଅନ୍ତର୍ଗତ ବିନାୟକପୁର ଜଙ୍ଗଲରେ ବନ ବିଭାଗ ଚଢ଼ଉ କରି ଗତକାଲି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶିଶୁ କାଠ ଗଣ୍ଡି ଜବତ କରିଛି । ବେଆଇନ ଭାବେ ଶିଶୁ କାଠ ଚାଲାଣ କରୁଥିବା ଏକ ଟ୍ରାକ୍ଟର ଓ ଏକ ବାଇକକୁ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣ କାଠ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ମୋଟୁ ବନ ବିଭାଗ ଫରେଷ୍ଟର ସରୋଜ ଘଡାଇ, ଫରେଷ୍ଟ ଗାର୍ଡ ଏବଂ ପାରା ସ୍କ୍ୱାଡ କର୍ମଚାରୀମାନେ ଏହି ଚଢ଼ଉ ଓ ଜବତ ପ୍ରକ୍ରିୟାରେ ସାମିଲ ଥିଲେ । ବେଆଇନ ବନଜାତ ଦ୍ରବ୍ୟ ଚାଲାଣ ଓ ଜଙ୍ଗଲ ସମ୍ପଦ ଚୋରା ଚାଲାଣ ବିରୋଧରେ ଆଗାମୀ ଦିନରେ ମଧ୍ୟ ଅଭିଯାନ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande