
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ଜୁଲାଇ ପ୍ରଥମ ସପ୍ତାହରୁ ସେପ୍ଟେମ୍ବର ମଧ୍ୟଭାଗ ସୁଦ୍ଧା ରାଜ୍ୟରେ ହାରାହାରି ୧୨୬୪ ମିଲିମିଟର ବର୍ଷା ହୋଇଛି ଯାହାକି ସାଧାରଣ ବର୍ଷା ଠାରୁ ପ୍ରାୟ ୨୩ ପ୍ରତିଶତ ଅଧିକ । ଏହି ଅଧିକ ବର୍ଷା କାରଣରୁ ରାଜ୍ୟରେ ବନ୍ୟା ଆସି ୨୧ଟି ଜିଲ୍ଲାରେ ଫସଲ ପ୍ରଭାବିତ ହୋଇଛି । ଏଲନିନୋର ପ୍ରଭାବ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଂଟିଆ ।
ମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଓଡିଶାର ଗ୍ରୀଷ୍ମକାଳୀନ ମୌସୁମୀ ବର୍ଷାଜନିତ ଜଳବାୟୁ ଉପରେ ଏଲନିନୋର ପ୍ରଭାବ ଗଭୀର ଭାବେ ପରିଲକ୍ଷିତ ହୋଇନାହିଁ । ତେବେ ଆଇଏମଡିର ପୂର୍ବାନୁମାନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁ ସମୟରେ ଏଲନିନୋ ସୃଷ୍ଟି ହେବାର ସମ୍ଭାବନା ଦର୍ଶାଯାଇ ଓଡିଶାରେ ସାଧାରଣରୁ କମ ବର୍ଷା ହେବା ନେଇ ଆକଳନ କରାଯାଇଥିଲା । ତେବେ ଜୁନ ମାସରେ କୌଣସି ଲଘୁଚାପ ସୃଷ୍ଟି ନହେବାରୁ ୧୧୦ ମିଲିିମିଟର ବର୍ଷା ହୋଇଥିଲା । ପରବର୍ତୀ ସମୟରେ ଲଘୁଚାପ ଯୋଗୁଁ ଜୁଲାଇରେ ୬୨୭ ମିଲିମିଟର ଓ ଅଗଷ୍ଟରେ ୪୧୮ ମିଲିମିଟର ବର୍ଷା ହୋଇଛି । ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ୧୨୭୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ଗୋଟିଏ ଜିଲ୍ଲା ବୌଦ୍ଦରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଥିବାବେଳେ ୧୬ଟି ଜିଲ୍ଲାରେ ଅଧିକ, ୧୨ଟି ଜିଲ୍ଲାରେ ସାଧାରାଣ ଏବଂ ଗୋଟିଏ ଜିଲ୍ଲା ଗଜପତିରେ ନିଅଣ୍ଟିଆ ବର୍ଷା ପରିଲକ୍ଷିତ ହୋଇଛି । ଜୁଲାଇ ପ୍ରଥମ ସପ୍ତାହରୁ ସେପ୍ଟେମ୍ବର ମଧ୍ୟଭାଗ ସୁଦ୍ଧା ରାଜ୍ୟରେ ହାରାହାରି ୧୨୬୪ ମିଲିମିଟର ବର୍ଷା ହୋଇଛି ଯାହାକି ସାଧାରଣ ବର୍ଷା ଠାରୁ ପ୍ରାୟ ୨୩ ପ୍ରତିଶତ ଅଧିକ । ଏହି ଅଧିକ ବର୍ଷା କାରଣରୁ ରାଜ୍ୟରେ ବନ୍ୟା ଆସି ୨୧ଟି ଜିଲ୍ଲାରେ ଫସଲ ପ୍ରଭାବିତ ହୋଇଛି ।
ଖଣି ଓ ଶିଳ୍ପ ପାଇଁ ଝାରସୁଗୁଡାରେ କଟାଯାଇଛି ୭୪ହଜାରରୁ ଅଧିକ ଗଛ
ଭୁବନେଶ୍ୱର : ଝାରସୁଗୁଡା ଜିଲ୍ଲାରେ ଖଣି ଓ ଶିଳ୍ପ ପାଇଁ କଟାଯାଇଛି ୭୪ହଜାରରୁ ଅଧିକ ଗଛ । ଏଥି ସହିତ ଶହେରୁ ଅଧିକ ବାଉଁଶବୁଦା ବି କଟାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ଖଣି, କଳାକାରଖାନା ଓ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଗତ ୬ବର୍ଷ ମଧ୍ୟରେ ମୋଯ ୭୪ହଜାର ୨୭୩ଟି ଗଛ ଓ ୧୧୦ ଟି ବାଉଁଶବୁଦା କରାଯାଇଛି । ଏହି କ୍ଷତିର ଭରଣା ପାଇଁ କ୍ଷତିପୂରକ ବନୀକରଣ ଯୋଜନାରେ ୨୯୭ ହେକ୍ଟର ଜମିରେ ୨ଲକ୍ଷ ୧୭ ହଜାର ୯୯୦ ଟି ଚାରା ରୋପଣ କରାଯାଇଛି ଏବଂ ଏ ବାବଦରେ ୨କୋଟି ୭୪ଲକ୍ଷ ୧୭ହଜାର ୮୮୮ ଟଙ୍କା ବ୍ୟୟ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା