ଝାରସୁଗୁଡାରେ ଗଡିବ ୨୫ଟି ଆମ ବସ
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) -ଝାରସୁଗୁଡା ଜିଲ୍ଲାରେ ଆମ ଚଳାଚଳ ପାଇଁ ନିଷ୍ପତି ହୋଇଥିବାବେଳେ ଖୁବଶୀଘ୍ର ୨୫ଟି ବସ ସହରରେ ଚଳାଚଳ କରିବ । ଜିଲ୍ଲାରେ ମୋ ବସ ଚଳାଚଳ ସଂକ୍ରାନ୍ତରେ ଶ୍ରୀ ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ
ଝାରସୁଗୁଡାରେ ଗଡିବ ୨୫ଟି ଆମ ବସ


ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) -ଝାରସୁଗୁଡା ଜିଲ୍ଲାରେ ଆମ ଚଳାଚଳ ପାଇଁ ନିଷ୍ପତି ହୋଇଥିବାବେଳେ ଖୁବଶୀଘ୍ର ୨୫ଟି ବସ ସହରରେ ଚଳାଚଳ କରିବ । ଜିଲ୍ଲାରେ ମୋ ବସ ଚଳାଚଳ ସଂକ୍ରାନ୍ତରେ ଶ୍ରୀ ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ୨୫ଟି ଇ-ବସ ଚଳାଇବା ପାଇଁ ସରକାରଙ୍କ ନିକଟରେ ଯୋଜନା ରହିଛି । ଏ ଦିଗରେ କାର୍ଯ୍ୟ ଜାରି ରହିଛି । ବସଷ୍ଟାଣ୍ଡ ଓ ଡିପୋର ଉନ୍ନତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ସହରରେ ଆମ ବସ ଚଳଚାଳ ଆରମ୍ଭ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande