ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଇ-ସ୍କୁଟି ପ୍ରଦାନ
ଧର୍ମଶାଳା, ୨୨ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଓ ଅନ୍ୟ ନିର୍ବାଚନ ମଣ୍ଡଳୀର ଅସୁବିଧାରେ ଥିବା ଲୋକମାନଙ୍କୁ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ନିରନ୍ତର ଭାବେ ସହାୟତା ଯୋଗାଇ ଦେଇ ଆସୁଛି । ଏହି ପରିପ୍ରେକ୍ଷ
ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଇ-ସ୍କୁଟି ପ୍ରଦାନ


ଧର୍ମଶାଳା, ୨୨ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଓ ଅନ୍ୟ ନିର୍ବାଚନ ମଣ୍ଡଳୀର ଅସୁବିଧାରେ ଥିବା ଲୋକମାନଙ୍କୁ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ନିରନ୍ତର ଭାବେ ସହାୟତା ଯୋଗାଇ ଦେଇ ଆସୁଛି । ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ସାହୁଙ୍କ ପରାମର୍ଶ କ୍ରମେ ଗଡମଧୁପୁର ପଂଚାୟତ ମଧୁପୁରଗଡର ଗ୍ରାମର ଦିବ୍ୟାଙ୍ଗ ଇନ୍ଦ୍ରଜିତ ବେହେରା ଓ ଜେନାପୁର ପଂଚାୟତ ଅରିମୁଳ ଗ୍ରାମର ମନୋଜ କୁମାର ଡୋରାଙ୍କୁ ଟ୍ରଷ୍ଟ ପକ୍ଷରୁ ଇ-ସ୍କୁଟି ପ୍ରଦାନ କରାଯାଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ବିଧାୟକ ଶ୍ରୀ ସାହୁଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଇ-ସ୍କୁଟି ପ୍ରଦାନ କରାଯାଇଛି । ଦିବ୍ୟାଙ୍ଗମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଇଲେକଟ୍ରିକ ଚାଳିତ ସ୍କୁଟିମାନ ପ୍ରଦାନ କରାଯାଉଛି ବୋଲି ବିଧାୟକ ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି । ଇ-ସ୍କୁଟି ପାଇବାରୁ ବାଦ ପଡିଯାଇଥିବା ଦିବ୍ୟାଙ୍ଗମାନଙ୍କୁ ଆଗକୁ ପର୍ଯ୍ୟାୟ କ୍ରମେ ଏଭଳି ଇ-ସ୍କୁଟି ପ୍ରଦାନ କରାଯିବ ବାଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ବିଧାୟକ ଶ୍ରୀ ସାହୁଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଇ-ସ୍କୁଟି ପ୍ରଦାନ କରାଯାଇଛି । ଦିବ୍ୟାଙ୍ଗମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଇଲେକଟ୍ରିକ ଚାଳିତ ସ୍କୁଟିମାନ ପ୍ରଦାନ କରାଯାଉଛି ବୋଲି ବିଧାୟକ ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି । ଇ-ସ୍କୁଟି ପାଇବାରୁ ବାଦ ପଡିଯାଇଥିବା ଦିବ୍ୟାଙ୍ଗମାନଙ୍କୁ ଆଗକୁ ପର୍ଯ୍ୟାୟ କ୍ରମେ ଏଭଳି ଇ-ସ୍କୁଟି ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande