
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ମହାପ୍ରଭୁଙ୍କ ଜମି ମୋ ନାଁରେ ଥିଲେ ରାଜନୀତିରୁ ଅବସର ନେଇଯିବି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଂଚାନନ କାନୁନଗୋଙ୍କ ଅଭିଯୋଗ ଉପରେ ଜବାବ ରଖି ଏହା କହିଛନ୍ତି ଆଇନ ମନ୍ତ୍ରୀ ।ସେ କହିଛନ୍ତି ଜଗନ୍ନାଥଙ୍କ ଜମିର ଗୋଟିଏ ଇଂଚ ବି ଯଦି ମୋ ନାଁରେ ଥିବ, ତାହେଲେ ଅବସର ନେଇଯିବି। ପଂଚାନନ କାନୁନଗୋଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏହାକୁ ପ୍ରମାଣ କରିଦେଲେ ରାଜନୀତିରୁ ସନ୍ୟାସ ନେଇଯିବି। ମିଥ୍ୟା ଅପପ୍ରଚାର କଲେ ଆଇନର ଆଶ୍ରୟ ନେବି ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଆଇନ ମନ୍ତ୍ରୀ ଓ ତାଙ୍କ ପରିବାର ନାଁରେ ଜଗନ୍ନାଥଙ୍କ ଜମି ଅଛି କି ନାହିଁ ସେ ଶପଥ କରି କୁହନ୍ତୁ ବୋଲି କହିଥିଲେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା