୬୬୨ବର୍ଗ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କ ଜି.ଆଇ.ଏ. ଦାବି
ଭୁବନେଶ୍ୱର,୨୨ ସେପ୍ଟେମ୍ବର (ହି.ସ.) - ଲୋୟର ପିଏମ୍ଜିଠାରେ ୭ ଦଫା ଦାବି ନେଇ ୬୬୨ ବର୍ଗର ବେସରକାରୀ ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ସଂଘର ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ସଂଘ ପକ୍ଷରୁ ୨୦୦୮ ଓ ୨୦୧୪ ସମ୍ପର୍କରେ ଜି.ଆଇ.ଏ. ବ୍ୟବସ୍
fuyj


ଭୁବନେଶ୍ୱର,୨୨ ସେପ୍ଟେମ୍ବର (ହି.ସ.) - ଲୋୟର ପିଏମ୍ଜିଠାରେ ୭ ଦଫା ଦାବି ନେଇ ୬୬୨ ବର୍ଗର ବେସରକାରୀ ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ସଂଘର ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ସଂଘ ପକ୍ଷରୁ ୨୦୦୮ ଓ ୨୦୧୪ ସମ୍ପର୍କରେ ଜି.ଆଇ.ଏ. ବ୍ୟବସ୍ଥାରେ ଥିବା ଅସଂଗତି ଦୂର କରିବା ସହିତ ଅନୁଦାନରୁ ବାଦ୍ ପଡ଼ିଥିବା କର୍ମଚାରୀଙ୍କୁ ଜି.ଆଇ.ଏ. ପରିସରଭୁକ୍ତ କରିବା ପାଇଁ ଦାବି କରାଯାଇଛି । ଦାବିଗୁଡ଼ିକ ମଧ୍ୟରେ ବର୍ତମାନ ଦ୍ୱିତୀୟ କିରାଣୀ ପଦବୀକୁ, ତୃତୀୟ ପିଅନ ପଦବୀ ,ଲେଡି ଆଟେଡାଂଟ , ଝାଡ଼ୁଦାର , ରାତ୍ରପ୍ରହରୀ ଏବଂ ପ୍ରତ୍ୟେକ ପ୍ରାକ୍ଟିକାଲ୍ ବିଷୟ ପାଇଁ ଜଣେକରି ଲାବ୍ରୋଟାରୀ ଆଟେଣ୍ଡାଣ୍ଟକୁ ଜି.ଆଇ.ଏ. ପରିସରଭୁକ୍ତ କରାଯାଉ । ଏହାସହ ଅନୁଦାନପ୍ରାପ୍ତ କିରାଣୀମାନଙ୍କ ଦରମା ୧୧,୯୦୦ ରୁ ୧୪,୦୦୦ଟଙ୍କା ବୃଦ୍ଧି କରିବା ପାଇଁ ସଂଘର ସଭାପତି ବନମାଳୀ ପଟ୍ଟନାୟକ ସରକାରଙ୍କୁ ଅନୁରୋଧ କରିଛନ୍ତି । ସରକାର ତୁରନ୍ତ ଆମ ଦାବି ଗୁଡ଼ିକ ମାନିନେଇ ଆମ୍ଭମାନଙ୍କର ସମସ୍ୟା ଦୂର କରନ୍ତୁ ବୋଲି ସଂଘର ସାଧାରଣ ସମ୍ପାଦକ ସଂଜୟ କୁମାର ବିଶ୍ୱାଳ ସରକାରଙ୍କୁ ଅନୁରୋଧ କରିବା ସହ ତୁରନ୍ତ ଦାବିଗୁଡ଼ିକ ଉପରେ ବିଚାର କରି ନ୍ୟାୟ ପ୍ରଦାନ କରିବାକୁ ପ୍ରାର୍ଥନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande