ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର
ନୂଆପଡ଼ା, ୨୨ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଟୋରା ଗ୍ରାମରେ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଯୁବକ ଜଣକ ଜଗଦୀଶ ପଟେଲ ବୋଲି ଜଣାପଡ଼ିଛି। ତାଙ୍କ ମୃତଦେହ ଏକ ଗଛରେ ଝୁଲି ରହିଥିବା ବେଳେ ଧଟମାବନ୍ଧ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍
ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର


ନୂଆପଡ଼ା, ୨୨ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଟୋରା ଗ୍ରାମରେ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଯୁବକ ଜଣକ ଜଗଦୀଶ ପଟେଲ ବୋଲି ଜଣାପଡ଼ିଛି। ତାଙ୍କ ମୃତଦେହ ଏକ ଗଛରେ ଝୁଲି ରହିଥିବା ବେଳେ ଧଟମାବନ୍ଧ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande