ରାମ ମନ୍ଦିର ଚଢ଼ାଉ ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ
ଅଯୋଧ୍ୟା, ୨୩ ସେପ୍େଟମ୍ବର (ହି.ସ.)- ଉତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ କଥିତ ଚଢ଼ାଉ ଚୋରି ମାମଲାର ତଦନ୍ତ ଶେଷ ହେବା ପରେ ବୁଧବାର ପୁଲିସ ଆଠ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ସ୍ୱତନ୍ତ୍ର ଅଦାଲତରେ ଚାର୍ଜଶିଟ୍ ଦାଖଲ କରିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ପୁଲିସ ବୁଧବାର ପ୍
ରାମ ମନ୍ଦିର ଚଢ଼ାଉ ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ


ଅଯୋଧ୍ୟା, ୨୩ ସେପ୍େଟମ୍ବର (ହି.ସ.)- ଉତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ କଥିତ ଚଢ଼ାଉ ଚୋରି ମାମଲାର ତଦନ୍ତ ଶେଷ ହେବା ପରେ ବୁଧବାର ପୁଲିସ ଆଠ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ସ୍ୱତନ୍ତ୍ର ଅଦାଲତରେ ଚାର୍ଜଶିଟ୍ ଦାଖଲ କରିଛି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ ପୁଲିସ ବୁଧବାର ପ୍ରାୟ ୭୪ ହଜାର ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଛି। ପୁଲିସ ଚାରିଟି ବାକ୍ସ ଏବଂ ଗୋଟିଏ କାର୍ଟନରେ ପ୍ୟାକ୍ କରାଯାଇଥିବା ଚାର୍ଜଶିଟ୍ ନେଇ ଅଦାଲତରେ ପହଂଚିଥିଲା।

ଅଭିଯୋଗର ଆଧାର ତଦନ୍ତରେ ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜ୍, ଅଭିଯୁକ୍ତମାନଙ୍କ ବୟାନ, ଜବତ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣକୁ କରାଯାଇଛି।

ମାମଲାର ତଦନ୍ତକାରୀ କ୍ଷେତ୍ରାଧିକାରୀ ଅଯୋଧ୍ୟା ଆଶୁତୋଷ ତିୱାରୀ କହିଛନ୍ତି ଯେ ୨୭ ଏପ୍ରିଲରୁ ପାଂଚ ଜୁନ୍ ମଧ୍ୟରେ ଚଢ଼ାଉର ଟଙ୍କାକୁ କଥିତ ଭାବେ ବାହାର କରିବା କିମ୍ବା ଲୁଚାଇବା ସହ ଜଡ଼ିତ ୧୦୫ରୁ ଅଧିକ ଘଟଣା ସିସିଟିଭିରେ ସାମ୍ନାକୁ ଆସିଛି। ଏହି ଫୁଟେଜ୍ଗୁଡ଼ିକୁ ଅଭିଯୁକ୍ତମାନଙ୍କ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ପ୍ରମାଣ ସହ ମିଳାଇ ତଦନ୍ତ କରାଯାଇଛି। ପୁଲିସର ଦାବି ଯେ ଗିରଫ ହୋଇଥିବା ସମସ୍ତ ଆଠ ଜଣ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି।

-------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande