ଦକ୍ଷିଣ ଛତିଶଗଡ଼ରେ ତାଡୋକି-ରାଓଘାଟ ରେଳ ଖଣ୍ଡର ସିଆରଏସ ନିରୀକ୍ଷଣ, ପରିଚାଳନା ଦିଗରେ ଆଗେଇଲା ରେଳବାଇ
ନୂଆଦିଲ୍ଲୀ, ୨୩ ସେପ୍େଟମ୍ବର (ହି.ସ.)- ଭାରତୀୟ ରେଳବାଇ ଦକ୍ଷିଣ ଛତିଶଗଡ଼ର ଦୁର୍ଗମ ଅଂଚଳକୁ ରେଳ ନେଟୱର୍କ ସହ ଯୋଡ଼ିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଦଲ୍ଲୀରାଜହରା-ରାଓଘାଟ ନୂଆ ରେଳ ଲାଇନର ଶେଷ ୧୭.୫ କିଲୋମିଟର ଲମ୍ବା ତାଡୋକି-ରାଓଘାଟ ଖଣ୍ଡର ନିର୍ମାଣ ସମ୍ପୂର୍ଣ୍ଣ କରିଛି। ରେଳ ମନ୍ତ୍
ଦକ୍ଷିଣ ଛତିଶଗଡ଼ରେ ତାଡୋକି-ରାଓଘାଟ ରେଳ ଖଣ୍ଡର ସିଆରଏସ ନିରୀକ୍ଷଣ, ପରିଚାଳନା ଦିଗରେ ଆଗେଇଲା ରେଳବାଇ


ନୂଆଦିଲ୍ଲୀ, ୨୩ ସେପ୍େଟମ୍ବର (ହି.ସ.)- ଭାରତୀୟ ରେଳବାଇ ଦକ୍ଷିଣ ଛତିଶଗଡ଼ର ଦୁର୍ଗମ ଅଂଚଳକୁ ରେଳ ନେଟୱର୍କ ସହ ଯୋଡ଼ିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଦଲ୍ଲୀରାଜହରା-ରାଓଘାଟ ନୂଆ ରେଳ ଲାଇନର ଶେଷ ୧୭.୫ କିଲୋମିଟର ଲମ୍ବା ତାଡୋକି-ରାଓଘାଟ ଖଣ୍ଡର ନିର୍ମାଣ ସମ୍ପୂର୍ଣ୍ଣ କରିଛି।

ରେଳ ମନ୍ତ୍ରଣାଳୟ ଅନୁଯାୟୀ, ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇର ରାୟପୁର ମଣ୍ଡଳ ଅଧୀନରେ ଆସୁଥିବା ଏହି ଏକକ ଲାଇନ ବିଦ୍ୟୁତୀକୃତ ବ୍ରଡଗେଜ ଖଣ୍ଡର ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ) ନିରୀକ୍ଷଣ ଏବଂ ଗତି ପରୀକ୍ଷଣ ମଙ୍ଗଳବାର କରାଯାଇଥିଲା। ନିରୀକ୍ଷଣ ସମୟରେ ରେଳପଥ, ପୋଲ-ପୋଲିଆ, ବିଦ୍ୟୁତୀକରଣ, ସିଗନାଲିଂ ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାର ଯାଂଚ କରାଯାଇଥିଲା।

ଏହି ଖଣ୍ଡ ୯୫ କିଲୋମିଟର ଲମ୍ବା ଦଲ୍ଲୀରାଜହରା-ରାଓଘାଟ ନୂଆ ରେଳ ଲାଇନ ପ୍ରକଳ୍ପର ଅଂଶ। ବର୍ତମାନ ଦଲ୍ଲୀରାଜହରାରୁ ତାରୋକି ପର୍ଯ୍ୟନ୍ତ ଯାତ୍ରୀ ରେଳ ସେବା ଉପଲବ୍ଧ ଅଛି। ତାଡୋକି-ରାଓଘାଟ ଖଣ୍ଡରେ ପରିଚାଳନା ଆରମ୍ଭ ହେବା ଦ୍ୱାରା ଅଂଚଳର ଲୋକମାନଙ୍କୁ ଉନ୍ନତ ରେଳ ସଂଯୋଗ ଏବଂ ଯାତାୟାତ ସୁବିଧା ମିଳିବ।

ରେଳବାଇ ଅନୁଯାୟୀ, ନୂଆ ଲାଇନ ଦ୍ୱାରା ଭିଲାଇ ଇସ୍ପାତ କାରଖାନାକୁ ଲୁହାପଥର ପରିବହନରେ ସୁବିଧା ହେବ ଏବଂ ଏହା ଇସ୍ପାତ ଶିଳ୍ପକୁ ପ୍ରୋତ୍ସାହନ ଦେବ। ଏହା ବ୍ୟତୀତ କୃଷିଜାତ ଉତ୍ପାଦ ତଥା ସ୍ଥାନୀୟ ଓ ବାଣିଜ୍ୟିକ ସାମଗ୍ରୀର ପରିବହନରେ ମଧ୍ୟ ସହାୟତା ମିଳିବ।

ଏହି ରେଳ ସଂଯୋଗ ଦ୍ୱାରା ଦକ୍ଷିଣ ଛତିଶଗଡ଼ର ଦୁର୍ଗମ ଅଂଚଳଗୁଡ଼ିକର ରାୟପୁର ଏବଂ ଭିଲାଇ ସହ ସଂଯୋଗ ମଜବୁତ ହେବ, ଯାହା ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଏବଂ ବାଣିଜ୍ୟର ସୁଯୋଗ ପର୍ଯ୍ୟନ୍ତ ଲୋକମାନଙ୍କର ପହଂଚ ଉନ୍ନତ ହେବାର ଆଶା ରହିଛି। ଏହା ଦ୍ୱାରା ଅଂଚଳରେ ପର୍ଯ୍ୟଟନ, ନିବେଶ ଏବଂ ଅନ୍ୟାନ୍ୟ ଆର୍ôଥକ କାର୍ଯ୍ୟକଳାପକୁ ମଧ୍ୟ ପ୍ରୋତ୍ସାହନ ମିଳିବ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande