ଉଦ୍ଧବ ଠାକରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ କଲେ ଦାବି
ମୁମ୍ବାଇ, ୨୩ ସେପ୍େଟମ୍ବର (ହି.ସ.)- ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ପାର୍ଟିର ଅଧ୍ୟକ୍ଷ ଉଦ୍ଧବ ଠାକରେ ବୁଧବାର ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି। ସେ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀ ଏବଂ ଭୋଟର ତାଲିକା ସହ ଜଡିତ ନିଷ୍ପତିଗୁଡ଼ିକ ଉ
ଉଦ୍ଧବ ଠାକରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ କଲେ ଦାବି


ମୁମ୍ବାଇ, ୨୩ ସେପ୍େଟମ୍ବର (ହି.ସ.)- ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ପାର୍ଟିର ଅଧ୍ୟକ୍ଷ ଉଦ୍ଧବ ଠାକରେ ବୁଧବାର ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି। ସେ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀ ଏବଂ ଭୋଟର ତାଲିକା ସହ ଜଡିତ ନିଷ୍ପତିଗୁଡ଼ିକ ଉପରେ ପ୍ରଶ୍ନ ଉଠାଇ ଅଭିଯୋଗ କରିଛନ୍ତି ଯେ ଏହାଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରଭାବିତ ହେଉଛି।

ଉଦ୍ଧବ ଠାକରେ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଗତ କିଛି ଦିନ ଧରି ନିର୍ବାଚନ ଆୟୋଗର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ଦାବି ହେଉଛି। ଜ୍ଞାନେଶ କୁମାରଙ୍କ ପ୍ରକୃତ ଚେହେରା ଦେଶ ସାମ୍ନାକୁ ଆସିଯାଇଛି।' ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ଅତୀତରେ ତାଙ୍କ ପାର୍ଟି ବିରୋଧରେ ନିଷ୍ପତି ନେଇଛି। ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ଚାଲିଥିବା ବିବାଦର ଉଲ୍ଲେଖ କରି ଠାକରେ କହିଛନ୍ତି ଯେ ଆୟୋଗ ପାର୍ଟିର ନାମ ଏବଂ ନିର୍ବାଚନ ଚିହ୍ନ ତାଙ୍କ ବିରୋଧୀ ଗୋଷ୍ଠୀକୁ ଦେଇଦେଇଛି।

ଠାକରେ ଭୋଟର ତାଲିକାକୁ ନେଇ ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ପ୍ରାୟ ୪୦ ଲକ୍ଷ ନାମ ଯୋଡ଼ାଯାଇଥିଲା ଏବଂ ନିର୍ବାଚନ ପରେ ସେଗୁଡ଼ିକୁ ହଟାଇ ଦିଆଯାଇଥିଲା। ସେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ନିର୍ବାଚନ ବାଲାଟ ପେପରରେ କରାଇବାକୁ ଦାବି କରିଛନ୍ତି। ଠାକରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବା ପାଇଁ ବାଲାଟ ପେପରରେ ଭୋଟଦାନ ବ୍ୟବସ୍ଥା ପୁନଃସ୍ଥାପନ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ବାଲାଟ ପେପରରେ ନିର୍ବାଚନ ହେବା ଉଚିତ ଏବଂ ଆଜି ଗଣତନ୍ତ୍ରକୁ ବଂଚାଇବା ପାଇଁ ଲୋକଙ୍କ ଭୋଟ ସାମ୍ନାକୁ ଆସିବା ଉଚିତ।'

ଉଦ୍ଧବ ଠାକରେ ବିରୋଧୀ ଦଳଗୁଡ଼ିକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚିତ ପ୍ରତିନିଧିମାନେ ଜନତାଙ୍କ ସ୍ୱର ଶୁଣିବା ଉଚିତ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande