ଉଦ୍ଧବ ଠାକରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ କଲେ ଦାବି
ମୁମ୍ବାଇ, ସେପ୍େଟମ୍ବର ୨୩ (ହି.ସ.) - ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ବୁଧବାର ଦିନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି। ସେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାରିତା ଏବଂ ଭୋଟର ତାଲିକା ସମ୍ବନ୍ଧୀୟ ନିଷ୍ପତି ଉପର
ଉଦ୍ଧବ ଠାକରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ କଲେ ଦାବି


ମୁମ୍ବାଇ, ସେପ୍େଟମ୍ବର ୨୩ (ହି.ସ.) - ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ବୁଧବାର ଦିନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି। ସେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାରିତା ଏବଂ ଭୋଟର ତାଲିକା ସମ୍ବନ୍ଧୀୟ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ଅଭିଯୋଗ କରିଥିଲେ ଯେ ଏହା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛି।

ଉଦ୍ଧବ ଠାକରେ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଗତ କିଛି ଦିନ ଧରି ଇସି ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ଦାବି କରାଯାଉଛି । ଜ୍ଞାନେଶ କୁମାରଙ୍କ ପ୍ରକୃତ ଚେହେରା ଦେଶ ସମ୍ମୁଖରେ ସାମ୍ନାକୁ ଆସିଛି। ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ଅତୀତରେ ତାଙ୍କ ଦଳ ବିରୋଧରେ ନିଷ୍ପତି ନେଇଛନ୍ତି। ଶିବସେନାର ନାମ ଏବଂ ଚିହ୍ନକୁ ନେଇ ଚାଲିଥିବା ବିବାଦ ବିଷୟରେ ଉଲ୍ଲେଖ କରି ଠାକରେ କହିଛନ୍ତି ଯେ ଆୟୋଗ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ ଦଳର ନାମ ଏବଂ ଚିହ୍ନ ଦେଇଛନ୍ତି।

ଠାକରେ ମଧ୍ୟ ଭୋଟର ତାଲିକାକୁ ନେଇ ଗୁରୁତର ଅଭିଯୋଗ ଆଣିଥିଲେ। ସେ ଦାବି କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ପ୍ରାୟ ୪୦ ଲକ୍ଷ ନାମ ଭୋଟର ତାଲିକାରେ ଯୋଡ଼ା ଯାଇଥିଲା ଏବଂ ନିର୍ବାଚନ ପରେ ହଟାଇ ଦିଆଯାଇଥିଲା। ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ନିର୍ବାଚନ ବାଲଟ ପେପର ମାଧ୍ୟମରେ କରିବାକୁ ସେ ଦାବି କରିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ବାଲାଟ୍ ପେପର ମତଦାନକୁ ପୁନରୁଦ୍ଧାର କରିବାକୁ ଠାକରେ ଦାବି କରିଥିଲେ। ନିର୍ବାଚନ ବାଲଟ ପେପର ମାଧ୍ୟମରେ ହେବା ଉଚିତ ଏବଂ ଗଣତନ୍ତ୍ରକୁ ବଂଚାଇବା ପାଇଁ ଆଜି ଲୋକଙ୍କ ଭୋଟ୍ ବାହାରିବା ଉଚିତ ବୋଲି ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande