
କୋଲକାତା, ୨୩ ସେପ୍େଟମ୍ବର (ହି.ସ.)-: ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ବୁଧବାର ଦିନ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି। ଏହା ସହିତ ସେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାରିତା ଉପରେ ଅଦାଲତଙ୍କ ତ୍ୱାବଧାନରେ ବିସ୍ତୃତ ତଦନ୍ତ ପାଇଁ ଆବେଦନ କରିଛନ୍ତି। ଦୁଇ ଜଣ ନିର୍ବାଚନ କମିଶନର ଭୋଟର ତାଲିକାର ସ୍ୱତନ୍ତ୍ର ଇଂଟେନ୍ସିଭ୍ ରିଭିଜନ୍ (ଏସ୍. ଆଇ. ଆ.ର୍) ସମ୍ବନ୍ଧୀୟ ନିଷ୍ପତିକୁ ଗୁରୁତର ଆପତି ଉଠାଇଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟ କରିବା ପରେ ତାଙ୍କର ଦାବି ଆସିଛି।
ନିକଟରେ ପ୍ରକାଶିତ ଏକ ଅନୁସନ୍ଧାନକାରୀ ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ ଅତି କମରେ ୧୪ ଥର ଏସ୍. ଆଇ. ଆର ସମ୍ବନ୍ଧୀୟ ନିଷ୍ପତି ଏବଂ ଆଦେଶକୁ ଆନୁଷ୍ଠାନିକ ଭାବରେ ବିରୋଧ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ତାଙ୍କ ଅଜାଣତରେ ନିଆଯାଇଥିଲା। ଏହି ଖୁଲାସା ପରେ ଅଭିଷେକ ବାନାର୍ଜୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ତୁରନ୍ତ ହଟାଇଦେବା ଉଚିତ ଏବଂ ସମଗ୍ର ମାମଲାର କୋର୍ଟ ତତ୍ୱାବଧାନରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ଉଚିତ।
ଏକ ତୀବ୍ର ଆକ୍ରମଣ ଆରମ୍ଭ କରି ଡାଇମଣ୍ଡ ହାର୍ବର ସାଂସଦ ଅଭିଯୋଗ କରିଛନ୍ତି ଯେ ଗୋଟିଏ ରାଜନୈତିକ ଦଳକୁ ଲାଭ ଦେବା ପାଇଁ ଲକ୍ଷ ଭୋଟରଙ୍କୁ ମତାଧିକାରରୁ ବଂଚିତ କରିବା ଆମ ଗଣତନ୍ତ୍ରର ମୂଳଦୁଆ ଉପରେ ଆକ୍ରମଣ। ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ଉତରଦାୟିତ୍ୱ ଯେକୌଣସି ମୂଲ୍ୟରେ ସ୍ଥିର କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ବିଷୟରେ ଉଲ୍ଲେଖ କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ ପରେ ଇଣ୍ଡିଆ' ମେଂଟର ସମସ୍ତ ବିରୋଧୀ ଦଳ ମୁଖ୍ୟ ବିଚାରପତି ଏବଂ ସୁପ୍ରିମକୋର୍ଟଙ୍କ ଅନ୍ୟ ବିଚାରପତିମାନଙ୍କୁ ଚିଠି ଲେଖି ଗୁରୁତର ଚିନ୍ତା ବ୍ୟକ୍ତ କରିଥିଲେ, କିନ୍ତୁ ସେହି ଅଭିଯୋଗଗୁଡ଼ିକର ତଦନ୍ତ କରାଯାଇ ନଥିଲା କିମ୍ବା ଉପଯୁକ୍ତ ଧ୍ୟାନ ଦିଆଯାଇ ନଥିଲା।
ସିଧାସଳଖ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦାବି କରି ସାଂସଦ କହିଛନ୍ତି ଯେ ଯେତେବେଳେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଗମ୍ଭୀର ପ୍ରଶ୍ନ ବାରମ୍ବାର ଉଠାଯାଏ ଏବଂ ତଥାପି ଶୁଣା ଯାଏ ନାହିଁ, ଏହା ସଂସ୍ଥାଗତ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବାକୁ ବାଧ୍ୟ । ଏହି ପ୍ରସଙ୍ଗରେ ବିଚାର କରିବାକୁ ସେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କୁ ନିବେଦନ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ସନ୍ଧୁ ଏବଂ ଯୋଶୀ ଭୋଟର ପଞ୍ଜୀକରଣ, ନାମ ଅପସାରଣ ଏବଂ ପୁନରୁଦ୍ଧାର, ଭୋଟରଙ୍କ ଆବେଦନ ଏବଂ ଭୋଟର ତାଲିକା ଡାଟାବେସ୍ର ସୁରକ୍ଷା ସମ୍ବନ୍ଧୀୟ ନିଷ୍ପତି ଉପରେ ଆପତି ଦାଖଲ କରିଥିଲେ। ସେହିଦିନ ଚାରିଟି ପର୍ଯ୍ୟନ୍ତ ଆପତି ଦାଖଲ କରାଯାଇଥିଲା। ନୂତନ ଭୋଟରଙ୍କ ପାଇଁ ଫର୍ମ ୬ ରେ କରାଯାଇଥିବା ପରିବର୍ତନକୁ ଦୁଇ କମିଶନର ଅନଧିକୃତ ଏବଂ ବେଆଇନ ବୋଲି କହିଥିଲେ ଏବଂ ଭୋଟର ତାଲିକା ସହିତ ଜଡିତ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥାର ନିରୀକ୍ଷଣରେ ପରିବର୍ତନ ବିଷୟରେ କ୍ୟାବିନେଟ ସଚିବଙ୍କୁ ପୃଥକ ଭାବରେ ଯୋଗାଯୋଗ କରିଥିଲେ।
ଏହି ଅସହମତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ନିର୍ବାଚନ ଆୟୋଗ ଧାରା ୩୨୪ ଅନୁଯାୟୀ ଏକ ତିନି ଜଣିଆ ସାମ୍ବିଧାନିକ ସଂସ୍ଥା, ଯେଉଁଥିରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ଉଭୟ ନିର୍ବାଚନ କମିଶନର ସମାନ ପାହ୍ୟା ଧାରଣ କରନ୍ତି । ଆଇନ ଅନୁଯାୟୀ, ନିଷ୍ପତି ଯଥାସମ୍ଭବ ସର୍ବସମ୍ମତିକ୍ରମେ ହେବା ଉଚିତ। ସାରା ଦେଶରେ ଭୋଟର ତାଲିକାର ଏସ୍. ଆଇ. ଆ.ର ବର୍ତମାନ ସବୁଠାରୁ ବିବାଦୀୟ ନିର୍ବାଚନ ପ୍ରସଙ୍ଗ ମଧ୍ୟରୁ ଗୋଟିଏ ହୋଇପାରିଛି।
ଜୁନ୍ ୨୦୨୫ ରେ ବିହାରରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଅନେକ ରାଜ୍ୟକୁ ବିସ୍ତାର କରିଛି ଏବଂ ପଶ୍ଚିମବଙ୍ଗ ଏହି ବିତର୍କର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ । ଏହି ନୂତନ ରିପୋର୍ଟ ଏବେ ପୁଣି ବିରୋଧୀ ଦଳମାନଙ୍କୁ ଏକ ବଡ଼ ପ୍ରସଙ୍ଗ ଦେଇଛି, ଯେଉଁମାନେ କ୍ରମାଗତ ଭାବରେ ଅଭିଯୋଗ କରୁଛନ୍ତି ଯେ ଏହି ସମଗ୍ର ପ୍ରକ୍ରିୟା କାରଣରୁ ବୈଧ ଭୋଟରମାନଙ୍କୁ ତାଲିକାରୁ ବାଦ ଦିଆଯାଇପାରିବ।
--------
ହିନ୍ଦୁସ୍ଥାନ ସମାଚାର / ଗଗନ