ଖଲିକୋଟ ଵଡଘାଟିରେ ଭୂସ୍ଖଳନ ଯୋଗୁଁ ପଥର ଖସି ରାସ୍ତା ଅବରୋଧ
ଗଂଜାମ, 24 ସେପ୍ଟେମ୍ବର (ହି.ସ.) ଗଭୀର ଅବପାତ ଯୋଗୁଁ ଖଲିକୋଟ ଵଡଘାଟି ଜାତୀୟ ରାଜପଥ ୧୬ ନଂଵର ଉପରେ ବଡ଼ ପଥର ଖସି ଜମି ରହିବା ଫଳରେ ଭୁବନେଶ୍ବର ବ୍ରହ୍ମପୁର ରାସ୍ତା ଅବରୋଧ ହୋଇଛି । ଉଭୟ ପାର୍ଶ୍ବରେ ଶହଶହ ଯାନଟ ବାହାନ ଅଟକିରହିଛି। ବର୍ତମାନ ଜିଲ୍ଲା ପ୍ରଶାସନ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି
ଖଲିକୋଟ ଵଡଘାଟିରେ ଭୂସ୍ଖଳନ ଯୋଗୁଁ ପଥର ଖସି ରାସ୍ତା ଅବରୋଧ


ଗଂଜାମ, 24 ସେପ୍ଟେମ୍ବର (ହି.ସ.) ଗଭୀର ଅବପାତ ଯୋଗୁଁ ଖଲିକୋଟ ଵଡଘାଟି ଜାତୀୟ ରାଜପଥ ୧୬ ନଂଵର ଉପରେ ବଡ଼ ପଥର ଖସି ଜମି ରହିବା ଫଳରେ ଭୁବନେଶ୍ବର ବ୍ରହ୍ମପୁର ରାସ୍ତା ଅବରୋଧ ହୋଇଛି । ଉଭୟ ପାର୍ଶ୍ବରେ ଶହଶହ ଯାନଟ ବାହାନ ଅଟକିରହିଛି। ବର୍ତମାନ ଜିଲ୍ଲା ପ୍ରଶାସନ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ପଥର ହଟାଇବା ପାଇଁ ଚେଷ୍ଟା କରୁଛନ୍ତି। ତିନି ଦିନ ହେଲା ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ହେଉଛି। ନଇ ପୋଖରୀ ଖାଲଖମାରେ ଜଳ ପୂର୍ଣ୍ଣ ହେଵାରେ ଲାଗିଛି। ବ୍ରହ୍ମପୁର ସହର ସମେତ ବିଭିନ୍ନ ଅଞ୍ଚଳରେ ଲୋକେ ବସବାସ କରୁଥିଵା ଘରେ ବର୍ଷା ପାଣି ପସୁଥିବାରୁ ଲୋକେ ଭୟଭୀତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ବିପନ୍ନ ଲୋକମାନଙ୍କୁ ଆଶ୍ରୟ ସ୍ଥଳୀରେ ରକ୍ଷାଯାଇପ୍ରଶାସନ ପକ୍ଷରୁ ସୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ ବ୍ୟବସ୍ଥା ଗ୍ରହଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande