
ଜୟପୁର, 24 ସେପ୍ଟେମ୍ବର (ହି.ସ.) ଏସ ୟୁ ସି ଆଇ( କମ୍ୟୁନିଷ୍ଟ) ପାର୍ଟି ପକ୍ଷରୁ ଆଜି ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା ଙ୍କୁ ୧୨ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର କୋରାପୁଟ ଜିଲ୍ଲା ସମ୍ପାଦକ କାହ୍ନୁ ବିଶ୍ଵାଳ ଙ୍କ ସମେତ ବହୁ ଦଳୀୟ କର୍ମୀ ସମବେତ ହୋଇ ପ୍ରଦାନ କରିଥିଲେ । ଦାବି ଗୁଡିକ ମଧ୍ୟରେ ଜୟପୁର ସହର ର ବସ୍ତି ଅଞ୍ଚଳ, ତଥା ବିଭିନ୍ନ ବ୍ଲକ ଅଞ୍ଚଳ ରେ ଅନାବାଦୀ ଜମିରେ ଦିର୍ଘ ଦିନ ଧରି ବସବାସ କରୁଥିବା ଲୋକମାନଙ୍କୁ ଘର ଢ଼ିଅ ପଟ୍ଟା ପ୍ରଦାନ,ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା,ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ର ସ୍ଥାୟୀ ସମାଧାନ, ଜୟପୁର ସେବା ପେପର ମିଲ ପୁଣି ଚାଲୁ କରିବା,ମିନାକ୍ଷୀ - ଅବନ୍ତିକା ଜଳ ବିଦ୍ୟୁତ୍ କେନ୍ଦ୍ର ରୁ ଉତ୍ପାଦିତ ବିଦ୍ୟୁତ୍ ରିହାତି ମୁଲ୍ୟରେ ଅଞ୍ଚଳବାସୀ ଙ୍କୁ ଯୋଗାଇ ଦେବା,ମଣ୍ଡି ରେ ଧାନ ବିକ୍ରିକୁ ସରଳୀ କାରଣ କରିବା ସହ - ସାର ବିହନ ଓ କୀଟ ନାଶକ ରିହାତି ମୁଲ୍ୟରେ ଚାଷୀଙ୍କୁ ଯୋଗାଇ ଦେବା , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ - ସମେତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଖାଲି ପଡ଼ିଥିବା ବିଶେଷଜ୍ଞ ଡ଼ାକ୍ତର , ସ୍ୱାସ୍ଥ୍ୟ କର୍ମୀ ପଦବୀ ତୁରନ୍ତ ପୂରଣ କରିବା, ଜୟପୁର - ମାଲକାନଗିରି ପ୍ରସ୍ତାବିତ ରେଳ ପଥରେ ଜମି ହରାଇଥିବା ପରିବାରକୁ ପର୍ଯ୍ୟାପ୍ତ ଉଚିତ୍ ମୂଲ୍ୟ କ୍ଷତି ପୂରଣ ରାଶି ଦେବା ପ୍ରମୁଖ ଦାବି ରହିଛି l ଦାବି ଉପରେ ବିଶଦ ଆଲୋଚନା ଉପଜିଲ୍ଲାପାଳ ଙ୍କ ସହ କରାଯାଇଥିଲା ଓ ପ୍ରତିଶ୍ରୁତି ପରେ ବିକ୍ଷୋଭକାରୀ ମାନେ ସେଠାରୁ ଜୟପୁର ଜଗତ ଜନନୀ ଛକ ରେ ଦାବିକୁ ନେଇ ଏକ ସଭା ହୋଇଥିଲା ।ଏହି ସଭାରେ ସୁବାସ ଭଟ୍ଟାଚାର୍ଯ୍ୟ ,ସୂର୍ଯ୍ୟ ବିଷୋୟୀ,ଇନ୍ଦୁ ମତି ଦାସ ପ୍ରମୁଖ ବକ୍ତବ୍ୟ ରଖି ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି