୩୨୬ ନଂ ଜାତୀୟ ରାଜପଥ ଜଳମଗ୍ନ, ଶତାଧିକ ଗାଡି ଅଟକ, ଫସି ରହିଥିବା ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ଏମଭି-୯୬ର ଯୁବକ
ମାଲକାନଗିରି,୨୪ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ପ୍ରମୁଖ ଜୀବନରେଖା କୁହାଯାଉଥିବା ୩୨୬ ନଂ ଜାତୀୟ ରାଜପଥ ଏବେ ପାଣି ଘେରରେ ରହିଛି ।ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥ
୩୨୬ ନଂ ଜାତୀୟ ରାଜପଥ ଜଳମଗ୍ନ, ଶତାଧିକ ଗାଡି ଅଟକ, ଫସି ରହିଥିବା


ମାଲକାନଗିରି,୨୪ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ପ୍ରମୁଖ ଜୀବନରେଖା କୁହାଯାଉଥିବା ୩୨୬ ନଂ ଜାତୀୟ ରାଜପଥ ଏବେ ପାଣି ଘେରରେ ରହିଛି ।ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ଏହି ରାଜପଥରେ ଥିବା ଚାରୋଟି ପ୍ରମୁଖ ବ୍ରିଜ୍ ଯଥା- ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି-୯୦ ଏବଂ ଏମଭି-୯୬ ବ୍ରିଜ ଉପରେ ଏବେ ନଦୀର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବ୍ରିଜର ଉଭୟ ପାର୍ଶ୍ୱରେ ଶତାଧିକ ମାଲବାହୀ ଟ୍ରକ, ଯାତ୍ରୀବାହୀ ବସ ଓ ଛୋଟ ଗାଡ଼ି ଅଟକି ରହିଛି । ଲୋକମାନେ ଘଣ୍ଟା ଘଣ୍ଟା ଧରି ରାସ୍ତା ମଝିରେ ଅଟକି ରହିଥିବାରୁ ଖାଦ୍ୟ ପାନୀୟ ସମସ୍ୟା ମଧ୍ୟ ଉପୁଜିଛି । ଏହି କଠିନ ପରିସ୍ଥିତିରେ ମାନବିକତାର ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି । ଏମଭି-୯୬ ବ୍ରିଜ ନିକଟରେ ଫସି ରହିଥିବା ଶତାଧିକ ଯାତ୍ରୀଙ୍କ ଦୁଃଖ ଦେଖି ସ୍ଥାନୀୟ ବିବେକାନନ୍ଦ ଯୁବ କ୍ଲବ ଓ ପଲ୍ଲୀମଙ୍ଗଳ କମିଟିର ଯୁବକମାନେ ଆଗେଇ ଆସିଛନ୍ତି । ନିଜ ଉଦ୍ୟମରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ସମସ୍ତ ଅଟକି ରହିଥିବା ଯାତ୍ରୀମାନଙ୍କୁ ଯୋଗାଇ ଦେଉଛନ୍ତି । ଏହି ମହତ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande