ବିଜେପିର ନବନିଯୁକ୍ତ ସାଂଗଠନିକ ନେତୃବୃନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ଭାରତୀୟ ଜନତା ପାର୍ଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱରେ ନିଯୁକ୍ତ ହୋଇଥିବା ନେତୃବୃନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଭାରତୀୟ ଜନତା ପାର୍ଟିର ବିଭ
cm


ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ଭାରତୀୟ ଜନତା ପାର୍ଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱରେ ନିଯୁକ୍ତ ହୋଇଥିବା ନେତୃବୃନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଭାରତୀୟ ଜନତା ପାର୍ଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱରେ ନିଯୁକ୍ତ ହୋଇଥିବା ସମସ୍ତ ନେତୃବୃନ୍ଦଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।

ବିଶେଷ କରି ଶ୍ରୀ ସୌଦାନ ସିଂହ ଜୀଙ୍କୁ ଭୁବନେଶ୍ୱର କେନ୍ଦ୍ର ସହ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର ରାଷ୍ଟ୍ରୀୟ ସହ-ସାଧାରଣ ସମ୍ପାଦକ (ସଂଗଠନ) ଏବଂ ଶ୍ରୀ ମାନସ ମହାନ୍ତି ଜୀଙ୍କୁ ପୁଣିଥରେ ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ଦାୟିତ୍ୱ ମିଳିଥିବାରୁ ଉଭୟଙ୍କୁ ସ୍ୱାଗତ ତଥା ଶୁଭେଚ୍ଛା।

ଏହାସହ ଦେଶର ବିଭିନ୍ନ ରାଜ୍ୟ ତଥା କ୍ଷେତ୍ରରେ ନୂତନ ଦାୟିତ୍ୱ ପାଇଥିବା ସମସ୍ତ ନେତୃତ୍ୱଙ୍କର ସଫଳ ଓ ସାର୍ଥକ କାର୍ଯ୍ୟକାଳ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande