ବାଚସ୍ପତିଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରରେ ଏମ୍ସରେ ଚିକିତ୍ସିତ ହେଉଥିବା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁବାର ସାକ୍ଷାତ କରିଛନ୍ତି। ଏକ୍ସରେ ସୂଚନା ଦେଇ ଶ୍ରୀ ସିଂହଦେଓ ଲେଖିଛନ୍ତି ଆଜି ଭୁବନେଶ୍ୱର ସ୍
jh


ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରରେ ଏମ୍ସରେ ଚିକିତ୍ସିତ ହେଉଥିବା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁବାର ସାକ୍ଷାତ କରିଛନ୍ତି।

ଏକ୍ସରେ ସୂଚନା ଦେଇ ଶ୍ରୀ ସିଂହଦେଓ ଲେଖିଛନ୍ତି ଆଜି ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଖବର ଶୁଣି ତାଙ୍କ ସହ ଦେଖା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲି। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଶୀଘ୍ର ଆରୋଗ୍ୟ ପ୍ରଦାନ କରନ୍ତୁ ଏବଂ ନିରାମୟ ଦୀର୍ଘାୟୁ ବରଦାନ କରନ୍ତୁ - ଏହାହିଁ ମହାପ୍ରଭୁଙ୍କ ପାଖରେ ମୋର ବିନମ୍ର ପ୍ରାର୍ଥନା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande