ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ
ଜୟପୁର , 24 ସେପ୍ଟେମ୍ବର (ହି.ସ.) ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ବିଭାଗର ମୁଖ୍ୟ ଡ. ଡମ୍ବରୁଧର ଦାସ ମାନବ ସେବା ହିଁ ମାଧବ ସେବା ତଥା ସାମାଜିକ ଗୁଣାବଳୀର ବିକାଶ ସାଧନର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ। ଯୁକ୍ତ
ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ


ଜୟପୁର

, 24 ସେପ୍ଟେମ୍ବର (ହି.ସ.)

ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ବିଭାଗର ମୁଖ୍ୟ ଡ. ଡମ୍ବରୁଧର ଦାସ ମାନବ ସେବା ହିଁ ମାଧବ ସେବା ତଥା ସାମାଜିକ ଗୁଣାବଳୀର ବିକାଶ ସାଧନର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ। ଯୁକ୍ତ ୩ ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ସୁନୀତା କୁମାରୀ ପ୍ରଧାନ କାର୍ଯକ୍ରମ ପରିଚାଳନା କରିବା ସହ ଜାତୀୟ ସେବା ଯୋଜନାର ମୂଳ ଲକ୍ଷ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଯୁକ୍ତ ୨ ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ରାଧିକା ମଞ୍ଜରୀ ବେଶ୍ରା ଜାତୀୟ ସେବା ଯୋଜନାର ପ୍ରତୀକ ବିଷୟରେ ଚର୍ଚ୍ଚା କରିବା ସହ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଶେଷରେ ଜାତୀୟ ସେବା ଯୋଜନାରେ ଥିବା ମହାବିଦ୍ୟାଳୟର ଶେଷ ବର୍ଷର ସ୍ବେଚ୍ଛାସେବୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ଏବଂ My Bharat portal ପ୍ରକ୍ରିୟା ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା। କାର୍ଯକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ଛାତ୍ରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande