
ମାଲକାନଗିରି , ୨୪ ସେପ୍ଟେମ୍ବର (ହି.ସ.) ବାତ୍ୟା ଅର୍ଣ୍ଣବ ର ପ୍ରଭାବ ରେ ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷର ଦ୍ଵିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ରେ ୨୪ ଘଣ୍ଟା ରେ ୬୬୩ ମିଲିମିଟର ବର୍ଷା ହୋଇ ପୋଟରୁ,କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ,ଏମଭି ୯୦, ଚାରଟି ନୀଚାପୋଲ ପୋଲ ବୁଡି ମାଲକାନଗିରି ମୋଟୁ କୁ ୩୨୬ ନମ୍ବର ଜାତୀୟ ରାଜପଥ ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ,ବାଲିମେଳା, ସତିଗୁଡା, ଜଲାପୁଟ ଜଳ ଭଣ୍ଡାର ବୃଦ୍ଧିପାଇଛି , ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ, ଏସପି ବିନୋଦ ପାଟିଲ, ଡିଏଫଓ ସାଇ କିରଣ ଡିଏନ,ଅତିରିକ୍ତ ଜିଲ୍ଲା ପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ,ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଉନ୍ନୟନ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ସାତଟି ବ୍ଲକ ର ବିଡିଓ,ତହସିଲଦାର ପ୍ରମୁଖ ଅଧିକାରୀ ବନ୍ୟା ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ କାଲିଠାରୁ ସ୍କୁଲ କଲେଜ, ଅଙ୍ଗନୱାର୍ଡି ବନ୍ଦ ସହିତ ସରକାରି କୁ ଛୁଟି ବାତିଲ କରା ଯାଇଛି, ବୁଡିଯାଇ ଥିବା ପୋଲ ଉଭୟ ପାର୍ଶ୍ଵ ରେ ଅଟକି ରହିଥିବା ଗାଡ଼ି ଚାଳକ ଓ ଯାତ୍ରୀ ଙ୍କୁ ଆଜି ଠାରୁ ଶୁଖିଲା ଖାଦ୍ୟ ଦେବା ଆରମ୍ଭ ହୋଇଛି,ଆଜି ସକାଳେ ଚିତ୍ରକୋଣ୍ଡା ନାକା ମାମୁଡି ରାସ୍ତା ବାୟାପଡା ଘାଟି ରେ ଭୁସ୍କଳନ ହୋଇ ଯୋଗା ଯୋଗ ବିଛିନ୍ନ ହୋଇଛି।
ଜାତୀୟ ରାଜପଥ ୩୨୬ର ପୋଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ଏବଂ ଏମ୍ଭି-୯୦ ବ୍ରିଜ୍ ଉପରେ ୩ରୁ ୪ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ମାଲକାନଗିରି-ମୋଟୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କାଲିମେଳା ,ମୋଟୁ ଓ ପଡିଆ ବ୍ଲକ୍କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବ୍ରିଜ୍ର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି।ବାଲିମେଳା ଚିତ୍ରକୋଣ୍ଡା ଘାଟି ଉପର ନାଳ ରେ ପ୍ରବଳ ବେଗରେ ପାଣିର ସୁଅ ପ୍ରଭା ବିତ ହେବା ଓ ଭୁସ୍କଳନ ଆଶଙ୍କା ରେ ଘାଟି ରାସ୍ତା କୁ ବନ୍ଦ କରିଦିଆଯାଇ ଯାନବାହନ ଚଳାଚଳ କୁ ରୋକା ଯାଇଛି।
ସେହିପରି ପାଙ୍ଗାମ ବ୍ରିଜ୍ର ଛାତ ସହ ପାଣି ସମାନ ହୋଇଛି। ଆଉ ଅଧିକ ବର୍ଷା ହେଲେ ଏହି ବ୍ରିଜ୍ ବୁଡିଯିବା ଆଶଙ୍କା ରହିଛି। ଏହା ବୁଡିଗଲେ ମାଲକାନଗିରି-ଜୟପୁର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯିବ। ମାଲକାନଗିରି ରୁ ଛତିଶିଗଡ଼ ରାସ୍ତା ର ପୋଲ ବୁଡି ଯୋଗା ଯୋଗ ବିଛିନ୍ନ ହୋଉଛି, ସୀମାନ୍ତବର୍ତ୍ତୀ ଖାଲୁଆ ଗ୍ରାମାଞ୍ଚଳ ର
ସ୍ଥିତିର ଅନୁଧ୍ୟାନ ପାଇଁ ପୁଣି ଥରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ସମେତ ଅନ୍ୟାନ ଅଧିକାରୀ ଆଜି ସକାଳେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଲୋକମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ୨୪ ଘଣ୍ଟିଆ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରି ଜିଲ୍ଲା ରେ ଓଡ୍ରାଫ୍ ଟିମ୍ ଓ ଦମକଳ ବାହିନୀ କୁ ସଜାଗ ରଖାଯାଇଛି।ଉପୁଡି ପଡିବଥିବା ଗଛ ଗୁଡିକୁ ଅଗ୍ନିଶମ ବାହିନୀ ରାସ୍ତା ରୁ ସଫା କରିଛନ୍ତି,ଜିଲ୍ଲା ର ଗର୍ଭବତୀ ଓ ଆସନ୍ନ ପ୍ରସବା ୧୦୫ ଜଣ ମହିଳା ଙ୍କୁ ସାତଟି ବ୍ଲକ ର ହସ୍ପିଟାଲ ପରିସର ରେ ଥିବା ୧୦ ଟି ମାଗୃହ କୁ ସ୍ଥାନାନ୍ତର କରାଯାଇଛି।
ଗତ ୨୪ ଘଣ୍ଟାରେ ଜିଲ୍ଲାର ୭ଟି ବ୍ଲକ୍ରେ ମୋଟ ୬୬୩. ୩ ମିଲିମିଟର ବର୍ଷା ହୋଇଛି, ହାରାହାରି ୯୪. ୭୫ ମି.ମି. ହୋଇଛି । ମାଲକାନଗିରି ବ୍ଲକ ରେ୧୦୧. ୦ ମି.ମି., ମାଥିଲି ୪୭.୦, ଖାଇରପୁଟ ୯୯.୦, ଚିତ୍ରକୋଣ୍ଡା ୧୬୮.୦, କୋରୁକୋଣ୍ଡା ୬୬.୦, କାଲିମେଳା ୧୨୭.୦ ଏବଂ ପଡିଆ ବ୍ଲକ ରେ ୫୪.୦ ମି.ମି.ବର୍ଷା ହୋଉଥିବାର ଜିଲ୍ଲା ଜରୁରୀ କାଳୀନ ବିଭାଗ ସୂତ୍ର ରୁ ପ୍ରକାଶ ।
ସୂଚନା ଥାଉକି ଗତ ସପ୍ତାହ ତଳେ ମଧ୍ୟ ଲଘୁଚାପ ପ୍ରଭାବ ରେ ମାଲକାନଗିରି ଜିଲ୍ଲା ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଯୋଗା ଯୋଗ ବିଛିନ୍ନ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ