ଏନଏସଏସ ଦିବସରେ ଯୁବପିଢ଼ିଙ୍କ ମଧ୍ୟରେ ଥିବା ନିଃସ୍ୱାର୍ଥ ସେବା ଓ ସାମାଜିକ ଭାଗୀଦାରିର ଭାବନାକୁ ସମ୍ମାନ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ଜାତୀୟ ସେବା ଯୋଜନା ଦିବସ । ଏହି ଦିବସ ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଥିବା ନିଃସ୍ୱାର୍ଥ ସେବା ଓ ସାମାଜିକ ଭାଗୀଦାରିର ଭାବନାକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ
ଏନଏସଏସ


ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ଜାତୀୟ

ସେବା ଯୋଜନା ଦିବସ । ଏହି ଦିବସ ଅବସରରେ ଯୁବପିଢ଼ିଙ୍କ

ମଧ୍ୟରେ ଥିବା ନିଃସ୍ୱାର୍ଥ ସେବା ଓ ସାମାଜିକ ଭାଗୀଦାରିର ଭାବନାକୁ ସମ୍ମାନ ଜଣାଇଛନ୍ତି

ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏନଏସଏସ ଦିବସ ଅବସରରେ ଆମ

ଯୁବପିଢ଼ିଙ୍କ ମଧ୍ୟରେ ଥିବା ନିଃସ୍ୱାର୍ଥ ସେବା ଓ ସାମାଜିକ ଭାଗୀଦାରିର ଭାବନାକୁ ସମ୍ମାନ

ଜଣାଉଛୁ। ସମାଜର ସେବା କରିବା, ସମୁଦାୟକୁ

ସୁଦୃଢ଼ କରିବା ଏବଂ ଏକ ବିକଶିତ ଓ ସଶକ୍ତ ଓଡ଼ିଶା ଗଠନରେ ଯୋଗଦାନ କରିବା ପାଇଁ ଆସନ୍ତୁ, ଆମେ ଯୁବମନକୁ ନିରନ୍ତର ପ୍ରେରିତ କରିବା।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଦିବସ ଅବସରରେ ସେବାକୁ

ସାର୍ଥକ କାର୍ଯ୍ୟ ଓ ସାମାଜିକ ଦାୟିତ୍ୱରେ ପରିଣତ କରୁଥିବା ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠାକୁ

ସ୍ୱୀକୃତି ଦେବା। “ମୁଁ ନୁହେଁ, ତୁମେ”

ମନୋଭାବ ଯୁବପିଢ଼ିଙ୍କୁ ସହାନୁଭୂତି, ଉଦ୍ଦେଶ୍ୟ ଓ କାର୍ଯ୍ୟର ଭାବନା ସହ ନେତୃତ୍ୱ ନେବାକୁ ନିରନ୍ତର ପ୍ରେରଣା ଦେଉ। ନିଜ

ସ୍ୱାର୍ଥ ଅପେକ୍ଷା ସେବାକୁ ପ୍ରାଧାନ୍ୟ ଦେଇ, ଯେଉଁଠାରେ ଏହାର ସବୁଠାରୁ ଅଧିକ ଆବଶ୍ୟକତା, ସେଠାରେ ପରିବର୍ତ୍ତନ ଆଣି ଏକ ସୁଦୃଢ଼ ସମାଜ ଗଠନ ଦିଗରେ ଯୁବପିଢ଼ି

ଆଗେଇ ଚାଲୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande