
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଗୃହରେ ଚେୟାର୍
ଉପରେ ବିରୋଧୀଙ୍କ ନାରାବାଜି ଦେଖି ରାଗିଲେ ରାଜସ୍ୱ ମନ୍ତ୍ରୀ । ଗୃହରେରାଜସ୍ୱ
ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ରିପୋର୍ଟର ଚେୟାର ଉପରେ ଛିଡା ହୋଇ ଆନ୍ଦୋଳନ କରୁଥିଲେ ବିରୋଧୀ
। ଯାହାକୁ ଦେଖି ରାଜସ୍ୱ ମନ୍ତ୍ରୀ ରାଗିଯାଇଥିଲେ |
ବିଧାନସଭାରେ କୌଣସି ସଦସ୍ୟ ବକ୍ତବ୍ୟ ଦେଲା ବେଳେ ଚେୟାରକୁ ଦେଖି
ଉତ୍ତର ଦେବା ନିୟମ କିନ୍ତୁ ବିରୋଧୀ ଦଳ ସଦସ୍ୟ ଯେଉଁଭଳି ଚେୟାର ଉପରେ ଛିଡା ହେଇଛନ୍ତି
ବାଚସ୍ପତିଙ୍କୁ ଦେଖି ହେଉନି, ବାଚସ୍ପତି ମଧ୍ୟ କିଛି କହୁନାହାନ୍ତି ବୋଲି କହି ଅସନ୍ତୋଷ ପ୍ରକାଶ
କରିଥିଲେ ରାଜସ୍ୱ ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା