ନିସର୍ତ ଭାବେ ତୁରନ୍ତ ଏମଏମଡିଆରଆଇନ ପ୍ରତ୍ୟାହାର କରିବାକୁ ବିଜେଡିର ଦାବି
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ନିସର୍ତ ଭାବେ ତୁରନ୍ତ ଏମଏମଡିଆରଆଇନ ପ୍ରତ୍ୟାହାର କରିବାକୁ ବିଜେଡି ଦାବି କରିଛି । ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ତର୍କକୁ ଆସିଲେ କଣ ବୁଝାଇବେ ସରକାର? ଆମେ ତର୍କକୁ ଆସିବୁ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅଧିବେଶନ ପାଇଁ
ନିସର୍ତ ଭାବେ ତୁରନ୍ତ ଏମଏମଡିଆରଆଇନ     ପ୍ରତ୍ୟାହାର କରିବାକୁ ବିଜେଡିର ଦାବି


ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ନିସର୍ତ ଭାବେ ତୁରନ୍ତ ଏମଏମଡିଆରଆଇନ ପ୍ରତ୍ୟାହାର କରିବାକୁ ବିଜେଡି ଦାବି କରିଛି । ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ତର୍କକୁ ଆସିଲେ କଣ ବୁଝାଇବେ ସରକାର? ଆମେ ତର୍କକୁ ଆସିବୁ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ । ହେଲେ ରାଜି ହେଲେନି ସରକାର । ସେମାନେ ବ୍ୟାକଫୁଟରେ ଅଛନ୍ତି । ଏମଏମଡିଆରଆଲୋଚନା ସେମାନେ କରି ପାରିବେ ନାହିଁ । ଭାରତର ସଂଘୀୟ ବ୍ୟବସ୍ତା ଉପରେ ମାଡ଼ ହୋଇଛି । ଏ ହେଉଛି ହିଂସ୍ର ଆଭିମୁଖ୍ୟ, ଏ ହେଉଛି ଅହଂକାର । ଓଡ଼ିଶାର ସର୍ବସ୍ୱ ଚାଲି ଗଲା । ପିଛଲା ଭାବେ ଏକ ଲକ୍ଷ କୋଟି ଓ ବାର୍ଷିକ 12 ହଜାର କୋଟି ହରାଇବ ଓଡ଼ିଶା । ବିଜେପି ଲଢ଼ୁଛି ପାର୍ଟି ପାଇଁ ଓ ବିଜେଡି ଲଢ଼ୁଛି ମାଟି ପାଇଁ । ମାଟି ବନାମ ପାର୍ଟିର ଲଢେଇ । ବିନା ଆଲୋଚନାରେ ସଂସଦରେ କେମିତି ପାରିତ ହେଲା । ଏହା ଗଣତନ୍ତ୍ରର ହତ୍ୟା । ସତସାହସ ନାହିଁ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ । ସରକାରଙ୍କୁ ଚ୍ୟାଲେଞ୍ଜ ରିଜଲ୍ୟୁସନଆଣନ୍ତୁ ।. ବହି ବିଭ୍ରାଟ ବଡ଼ ପ୍ରସଙ୍ଗ । ଏମଏମଡିଆରବି ବଡ଼ ପ୍ରସଙ୍ଗ । ସବୁ ପ୍ରସଙ୍ଗ ଉଠାଯିବ । ବିଜେଡି ରାଜଭବନ ଆଗରେ ବିକ୍ଷୋଭ କରିଛି । ତୁରନ୍ତ ନିସର୍ତ ଭାବେ ଏମଏମଡିଆରଆଇନ ପ୍ରତ୍ୟାହାର ହେଉ ବୋଲି ସେ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande