
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.) - ଏସିଆ ଗେମ୍ସରେ ରୌପ୍ୟ
ପଦକ ଜିତିଥିବା ନାଓରେମ୍ ରୋଶିବିନା ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୬ ଏସୀୟ
କ୍ରୀଡ଼ାର ମହିଳା ସାଣ୍ଡା ୬୦ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିବା ନାଓରେମ୍ ରୋଶିବିନା
ଦେବୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତାଙ୍କ ଦୃଢ଼ ସଂକଳ୍ପ ଓ ଲଢ଼ୁଆ ମନୋଭାବ ଭାରତ ପାଇଁ ଅପାର
ଗୌରବ ଆଣିଛି। ଆଗାମୀ ଦିନରେ ଆହୁରି ଅନେକ ସଫଳତା ଓ ସମ୍ମାନ ଅର୍ଜନ କରନ୍ତୁ—ଏହି ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା