ଗୋଟିଏ ପଟେ ବର୍ଷା ଜାରି. ବଢ଼ୁଛି ଅପମିଶ୍ରିତ ଖାଦ୍ୟର ପସରା, ପ୍ରଶାସନ ଚଢାଉ ଦାବୀ
ଜୟପୁର , 24 ସେପ୍ଟେମ୍ବର (ହି.ସ.)ବର୍ଷା ଜାରି ରହିଥିବା ବେଳେ ବର୍ଷା ଜାରି ରହିଥିବା ବେଳେ ଅପମିଶ୍ରିତ ଖାଦ୍ୟର ପାଇଁ ବିପଦ ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି ।କୋରାପୁଟ ଜିଲାରେ ରଙ୍ଗବେରଙ୍ଗ ମିଠା, ଚମକୁଥିବା ଷ୍ଟଲ, ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ଖାଦ୍ୟ ସାମଗ୍ରୀ । ବାହାରୁ ଦେଖିଲେ ସବୁ ଆକର୍
ବଢ଼ିଲା ଚିନ୍ତା ଚାଉଳ ବଣ୍ଟନ ଠପ୍, ଚିନ୍ତାରେ ଖାଉଟି


ଜୟପୁର , 24 ସେପ୍ଟେମ୍ବର (ହି.ସ.)ବର୍ଷା ଜାରି ରହିଥିବା ବେଳେ ବର୍ଷା ଜାରି ରହିଥିବା ବେଳେ ଅପମିଶ୍ରିତ ଖାଦ୍ୟର ପାଇଁ ବିପଦ ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି ।କୋରାପୁଟ ଜିଲାରେ ରଙ୍ଗବେରଙ୍ଗ ମିଠା, ଚମକୁଥିବା ଷ୍ଟଲ, ଗ୍ରାହକଙ୍କୁ

ଆକୃଷ୍ଟ କରୁଥିବା ଖାଦ୍ୟ ସାମଗ୍ରୀ । ବାହାରୁ ଦେଖିଲେ ସବୁ ଆକର୍ଷଣୀୟ । କିନ୍ତୁ ଭିତରେ ଲୁଚି ରହିଛି ବିପଦ । କୋରାପୁଟ ଜିଲା ଜୟପୁର , କୋରାପୁଟ, ସେମିଳିଗୁଡା, କୁନ୍ଦୁରା, ବୈପାରିଗୁଡା, କୋଟପାଡ, ଲମତାପୁଟ, ପଟଙ୍ଗୀ, ନନ୍ଦପୁର ଲକ୍ଷ୍ମୀପୁର ବଜାରରେ ଏବେ ଅପମିଶ୍ରିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟର ପସରା ବଢୁଛି । ଏହାକୁ ନେଇ ସାଧାରଣରେ ଉଦବେଗ ଦେଖାଦେଇଛି । ଜିଲାର ଗ୍ରାମାଞ୍ଚଳ ହେଉଛି ସହରାଞ୍ଚଳ ଅଞ୍ଚଳରେ ଖୋଲାଖୋଲି ଭାବେ ବିକ୍ରି ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ । ସ୍ଥାନୀୟ ଅଞ୍ଚଳରେ ତିଆରି ହୋଇ ବିକ୍ରି ହେଉଥିବା ପାଉଁରୁଟି,ପାଣି ବୋତଲ,ପ୍ୟାକେଟ

ଆଇସିକ୍ରିମ , କେକ ଆଦିର ପ୍ୟାକେଟରେ ନିର୍ମାଣ ତାରିଖ, ବ୍ୟବହାର ସମୟ ସୀମା ବା ଏକ୍ସପାୟରୀ ଡେଟ୍ କିଛି ଲେଖା ନାହିଁ । ଗ୍ରାହକ ଜାଣି ପାରୁନାହାନ୍ତି ଏହା କେବେ ତିଆରି ହୋଇଛି ଓ କେବେ ଖାଇବା ଅଯୋଗ୍ୟ ହେବ । ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଛୋଟ ବଡ ଜଳଖିଆ ଦୋକାନ ଓ

ହୋଟେଲରେ ଚାଟ, ଜିଲାପି, ପକୁଡି, ପକୋଡା ଆଦି ଫାଷ୍ଟଫୁଡରେ ବହୁଳ ମାତ୍ରାରେ ରାସାୟନିକ ରଙ୍ଗ ମିଶାଯାଉଛି । ଏକା ପୋଡା ତେଲକୁ ବାରମ୍ବାର

ଗରମ କରି ଖାଦ୍ୟ ଛଣା ଯାଉଛି । ଅନେକ ସ୍ଥାନରେ ବାସୀ ଖାଦ୍ୟ

ଗ୍ରାହକଙ୍କୁ ପରଷା ଯାଉଥିବା ଅଭିଯୋଗ ହୋଇଛି । ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟବର୍ଷା ଦିନ ଥିବାରୁ ଡାଇରିଆ, ଖାଦ୍ୟ ବିଷକ୍ରିୟା ଓ ଅନ୍ୟାନ୍ୟ ରୋଗର କାରଣ ପାଲଟିଛି ।ଏତେ ସବୁ ଅନିୟମିତ ସତ୍ତ୍ୱେ ପ୍ରଶାସନିକ ଅଧିକାରୀଙ୍କ ନଜର ଏସବୁ ଉପରେ ପଡୁନାହିଁ । ବ୍ୟବସାୟୀମାନେ ମାତ୍ର ଲାଭ ପାଇଁ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହେଉଛି । ଖାଦ୍ୟରେ ରଙ୍ଗ ମିଶାଇବା, ପୋଡା ତେଲ

ବ୍ୟବହାର ଓ ବାସୀ ଖାଦ୍ୟ ବିକ୍ରି ଏବେ ତାଙ୍କର ସ୍ୱଭାବ ପାଲଟି ଯାଇଛି । ସାଧାରଣରେ ଦାବୀ ହୋଇଛି, ଖାଦ୍ୟ ସୁରକ୍ଷା ଅଧିକାରୀମାନେ ତୁରନ୍ତ ବଜାରରେ ଚଢାଉ କରି ଖାଦ୍ୟ ନମୁନା ସଂଗ୍ରହ କରନ୍ତୁ । ନକଲି ଓ ପମିଶ୍ରିତ

ଖାଦ୍ୟ ବ୍ୟବସାୟୀଙ୍କ ବିରୋଧରେ ଦୃଢ ଓ କଠୋର କାର୍ଯ୍ୟାନୁଷ୍ଠାନ

ଗ୍ରହଣ କରାଯାଉ । ତେଣୁ ଜିଲା ୧୪ଟି ବ୍ଲକ ସହ ପୌରାଞ୍ଚଳ ଓ ଏନଏସିରେ ଥିବା ଦୋକାନ, ବାଜର ରେ ଚଢାଉ କରି କାଯ୍ୟନୁଷ୍ଠାନ ଗ୍ରହଣ କରିବା ସାଧାରଣ ରେ ଦାବୀ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande