
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ମାଡାମ୍ ଭିକାଜୀ
କାମାଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରେମ ଓ ତ୍ୟାଗର ପ୍ରତୀକ ମାଡାମ୍ ଭିକାଜୀ କାମାଙ୍କ ଜୟନ୍ତୀରେ
ଭକ୍ତିପୂତ ପ୍ରଣାମ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ନିର୍ଭୀକ ସଂଘର୍ଷ ଓ ମାତୃଭୂମି ପ୍ରତି
ଅତୁଟ ସମର୍ପଣ ଚିରସ୍ମରଣୀୟ। ତାଙ୍କ ଜୀବନ ଓ ଆଦର୍ଶ ସର୍ବଦା ଆମକୁ ଦେଶସେବା ପାଇଁ ପ୍ରେରଣା
ଯୋଗାଇବ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜୟନ୍ତୀ ଅବସରରେ ମାଡାମ୍ ଭିକାଜୀ କାମାଙ୍କୁ ସ୍ମରଣ କରୁଛି, ଯାହାଙ୍କ ସାହସ ଭାରତର ସ୍ୱାଧୀନତାର ଆହ୍ୱାନକୁ ଦେଶର ସୀମାପାରେ
ପହଞ୍ଚାଇଥିଲା। ୧୯୦୭ ମସିହାରେ ଷ୍ଟୁଟଗାର୍ଟରେ ଭାରତୀୟ ସ୍ୱାଧୀନତାର ପତାକା ଉତ୍ତୋଳନ କରିବାର
ତାଙ୍କ ଐତିହାସିକ ପଦକ୍ଷେପ ଭାରତର ସ୍ୱଶାସନ ପାଇଁ ଦୃଢ଼ ସଂକଳ୍ପର ଏକ ଶକ୍ତିଶାଳୀ ପ୍ରତୀକ
ହୋଇଥିଲା। ତାଙ୍କ ଜୀବନ ଦେଶପ୍ରେମ, ତ୍ୟାଗ ଏବଂ ରାଷ୍ଟ୍ର ପ୍ରତି ଅଟଳ ସମର୍ପଣର ଏକ ଅନନ୍ୟ ଉଦାହରଣ ହୋଇ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା