
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ବର୍ଷା ପାଇଁ
ବଢ଼ିପାରେ ସ୍କୁଲ ଛୁଟି । ଅତ୍ୟଧିକ ବର୍ଷା ପାଇଁ ଦୁଇ ଦିନ ସ୍କୁଲକୁ ଛୁଟି କରିଥିଲେ
ଜିଲ୍ଲାପାଳ। ଆହୁରି ଦିନେ ଦୁଇଦିନ ସ୍କୁଲ ଛୁଟି ବଢ଼ିପାରେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବାରମ୍ବାର ଅତ୍ୟଧିକ ବର୍ଷା
ପାଇଁ ସ୍କୁଲ ବନ୍ଦ ରହୁଛି। ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି। ପିଲାଙ୍କ ପାଠ ପଢା ପ୍ରଭାବିତ ହୋଇଛି। ଆବଶ୍ୟକ ପଡିଲେ ଏକ୍ସଟ୍ରା
କ୍ଲାସକରି ପିଲାଙ୍କ କ୍ଷତି ହୋଇଥିବା ପାଠକୁ ଭରଣା କରାଯିବ।
ଦକ୍ଷିଣ ଓଡିଶା ବର୍ଷା ଯୋଗୁ
ପ୍ରଭାବିତ ହୋଇଛି। ମାଲାକନଗିରିର 4 ଟି ବ୍ରିଜ୍ ଉପରେ ପାଣି ଚାଲିଛି। ସେଥିପାଇଁ ଜାତୀୟ ରାଜପଥଗୁଡିକୁ
ବନ୍ଦ କରାଯାଇଛି। ନମକୋଣ୍ଡାଗାଆଁରେ ପାଣି ପଶିଛି।
ଲୋକଙ୍କୁ ଉଦ୍ଧାର କରାଯାଉଛି। ବିଶେଷ କ୍ଷୟକ୍ଷତି ହୋଇନାହିଁ। କୋରାପୁଟ, ନବରଙ୍ଗପୁରରେ
ବିଶେଷ ପ୍ରଭାବିତ ହୋଇନି। ପଞ୍ଚାୟତିରାଜ ମନ୍ତ୍ରୀ ମାଲାକନଗିରି ଗସ୍ତ କରିଛନ୍ତି ବୋଲି ସେ
କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା