
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ସୁପ୍ରିମକୋର୍ଟଙ୍କ
ଗାଇଡ଼ଲାଇନ ଅନୁଯାଇ ରେସିଡେଣ୍ଟିଆଲ ଜୋନରେ କମର୍ସିଆଲ ଭାବେ ବ୍ୟବହାର କରୁଥିବେ ତେବେ
ତୁରନ୍ତସିଜ ନୋଟିସ କରିଵାକୁ ନିର୍ଦେଶ ରହିଛି l ଆମେ ଏହା
ଉପରେ ନଜର ରଖିଛୁ, ପାଖା ପାଖି 6ହଜାର ନୋଟିସ କରାଯାଇଛି,ପାଖା ପାଖି 300 ଘର ଚି଼ହ୍ନଟ ହେଇଛି ଯେଉଁଠି ଟ୍ରାଫିକ ସମସ୍ୟା ହେଉଛି, ସେଠି
କମର୍ସିଆଲ ସ୍ଥାନ ହେବା କଥା ନୁହେଁ, ବିଭାଗ ତାକୁ ଦେଖୁଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର
ମହାପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଯେମିତି
କେହି ହଇରାଣ ନ ହେବେ ସେଥିପାଇଁ, ସୁଯୋଗ ପୋର୍ଟାଲ ମାଧ୍ୟମ ଆବେଦନ କରିପାରିବେ l ଲୋକଙ୍କ
ବ୍ୟବସାୟକୁ ଗୁରୁତ୍ୱ ଦେଉଛୁ ସେପଟେ ଲୋକଙ୍କ ସୁରକ୍ଷାକୁ ବି ଦେଖୁଛୁ, ତା ସହିତ
ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନକୁ ବି ମାନିବାକୁ ପଡିବ l ଯେଉଁ ରାଜ୍ୟ ମାନେ ଏହାକୁ
ପାଳନ କରୁନାହାନ୍ତି, ସୁପ୍ରିମକୋର୍ଟ ଭର୍ତ୍ସନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତିl
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା