
ଜୟପୁର , ୨୫ ସେପ୍ଟେମ୍ବର (ହି.ସ.) - ଲଗାଣ ବର୍ଷା ପ୍ରଭାବରେ ଜୟପୁରରେ ଅଘଟଣ ଘଟିଛି । ଜୟପୁର ସହର ମଧ୍ୟରେ ଥିବା ଶ୍ରୀ ବିକ୍ରମ ସରକାରୀ ଚାରୁ କରୁକଲା ବିଦ୍ୟାଳୟରେ ନିଆଁ ଲାଗି ଦୁଇଟି କମ୍ପ୍ୟୁଟର ସମେତ ଟିଭି ପୋଡି ପାଉଁଶ ହୋଇଯାଇଛି । ଅନେକ ଅଫିସ ଫାଇଲ ବି ପୋଡି ଯାଇଥିବା କହିଛନ୍ତି କଲେଜ ପ୍ରିନ୍ସପାଲ ଯୁଧିଷ୍ଠର ମଲିକ । ଆଜି ସକାଳୁ ସକାଳୁ ରାତ୍ରୀ ଜଗୁଆଳୀ ଧୂଆଁ ଦେଖି ପ୍ରିନ୍ସପାଲକୁ ଖବର ଦେଇଥିଲେ ଓ ପରେ ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ କମ୍ପ୍ୟୁଟର, ଟେଲିଭିଜନ୍ ଏବଂ ଅନେକ ସରକାରୀ କାଗଜପତ୍ର ପୋଡ଼ିଯାଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ବର୍ଷା ପାଣି ବିଦ୍ୟୁତ୍ ବୋର୍ଡ ଭିତରକୁ ପଶିଯିବା କାରଣରୁ ସର୍ଟ-ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଗ୍ନିଶମ ବିଭାଗ ଅନୁମାନ କରାଯାଉଛି।
ଏହି ଅଗ୍ନିକାଣ୍ଡରେ ଦୁଇଟି କମ୍ପ୍ୟୁଟର ଓ ଗୋଟିଏ ଟେଲିଭିଜନ୍ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ ଅନେକ ସରକାରୀ କାଗଜପତ୍ର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଥିବା ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକ ସୂଚନା ଦେଇଛନ୍ତି।
ଶୁକ୍ରବାର ଭୋର ସମୟରେ ରାତ୍ରିକାଳୀନ ଜଗୁଆଳି ପରିସରରୁ ଧୂଆଁ ବାହାରୁଥିବା ଦେଖିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେ ତୁରନ୍ତ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ଏବଂ ତା’ପରେ ଅଗ୍ନିଶମ ବିଭାଗ କୁ ସୂଚନା ଦିଆଯାଇଥିଲା ।
ଅଗ୍ନିଶମ କର୍ମଚାରୀମାନେ ବିଦ୍ୟାଳୟ ରେ ପହଂଚି ନିଆଁକୁ ଆୟତକୁ ଆଣିଥିବା ନେଇ ସହକାରୀ ଅଗ୍ନିଶମ ଅଧିକାରୀ ରମେଶ ବେହେରା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି