ବିଜେପି ଇଙ୍ଗିତରେ ଏସଆଇଆରରେ ରାଜ୍ୟର ୨୭ ଲକ୍ଷ ୫୦ ହଜାର ଭୋଟର ବାଦ୍ ପଡ଼ିଛନ୍ତି: ବିଜେଡି
Bhubaneswar, 25 ସେପ୍ଟେମ୍ବର (ହି.ସ.) ସମ୍ପୂର୍ଣ୍ଣ ଏସଆଇଆର ପ୍ରକିୟାର ପୁନଃ ଯାଞ୍ଚ ହେଉ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର-୨୦୨୬) ପ୍ରକିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃ
ବିଜେପି ଇଙ୍ଗିତରେ ଏସଆଇଆରରେ ରାଜ୍ୟର ୨୭ ଲକ୍ଷ ୫୦ ହଜାର ଭୋଟର ବାଦ୍ ପଡ଼ିଛନ୍ତି: ବିଜେଡି


Bhubaneswar, 25 ସେପ୍ଟେମ୍ବର (ହି.ସ.)

ସମ୍ପୂର୍ଣ୍ଣ ଏସଆଇଆର ପ୍ରକିୟାର ପୁନଃ ଯାଞ୍ଚ ହେଉ

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର-୨୦୨୬) ପ୍ରକିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ଏସଆଇଆର-୨୦୨୬ର ସ୍ୱଚ୍ଛତାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟକାରିତା ସନେ୍ଦହ ଘେରରେ ରହିଛି । ଡବଲ ଇଞ୍ଜିନ ସରକାରଙ୍କ ନିଦେ୍ର୍ଦଶକ୍ରମେ ବିଜେପିକରଣରେ ଉକ୍ତ ପ୍ରକିୟା ସମ୍ପାଦିତ ହୋଇଛି । ଯୋଗ୍ୟ ଭୋଟର ଯେପରି ଭୋଟର୍ ତାଲିକାରୁ ବାଦ୍ ନ ପଡିବେ, ସେନେଇ ବିଜେଡି ଲଢେଇ ଜାରି ରଖିଛି । ବର୍ତ୍ତମାନ ସାରା ଦେଶରେ ଏସଆଇଆର ପ୍ରକିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଏସଆଇଆର ପ୍ରକ୍ରିୟାକୁ ଅଗଣତାନ୍ତ୍ରିକ ଭାବେ ସମ୍ପାଦନ କରିଛନ୍ତି । ତେଣୁ ସେ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି । ବିଜେପି ନେତା ମାନେ ନିର୍ବାଚନ ଅଧିକାରୀଙ୍କ ମୁଖପାତ୍ର ସାଜିଛନ୍ତି । ନିର୍ବାଚନ ଅଧିକାରୀଙ୍କ ପାଇଁ ସଫେଇ ଦେଇ ବିଜେପି ମୁଖପାତ୍ର ମାନେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଏସ୍ଆଇଆର ପ୍ରକି୍ରୟାରେ ହୋଇଥିବା ଅନିୟମିତତା ବିଜେପି ଇଙ୍ଗିତରେ ହିଁ ହୋଇଛି । ଏସ୍ଆଇଆର ପ୍ରକିୟାରେ ଦେଶରେ ୧୩ କୋଟି ଓ ରାଜ୍ୟରେ ୨୭ ଲକ୍ଷ ୫୦ ହଜାର ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି । ନିର୍ବାଚନ ଅଧିକାରୀ ବିଜେପି ଦଳକୁ ସୁହାଇବା ଭଳି କାର୍ଯ୍ୟ କରିଛନ୍ତି । ଲୋକଙ୍କ ଗଣତାନ୍ତ୍ରିକ ଅଧିକାରୀକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରକ୍ଷା ଦେବା ବଦଳରେ ତାହାକୁ କ୍ଷୁଣ୍ଣ କରିଛନ୍ତି ।

ଶ୍ରୀ ବିଜୟ ନାୟକ କହିଥିଲେ ଯେ, ଆପତ୍ତି ଓ ଅଭିଯୋଗ ପ୍ରଦାନ କରିବା ସମୟରେ ରାଜନୈତିକ ଦଳ ମାନଙ୍କ ସହ ନିର୍ବାଚନ ଅଧିକାରୀ ଆଲୋଚନା ଓ ବୈଠକ କରିବାର ନିୟମ ରହିଥିବା ବେଳେ ନିର୍ବାଚନ ଅଧିକାରୀ କୌଣସି ବୈଠକ କି ଆଲୋଚନା କଲେ ନାହିଁ । ଫର୍ମ ୭ ଜରିଆରେ ଲୋକେ ଗଦା ଗଦା ଅଭିଯୋଗ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଜୀବିତ ଲୋକ ମାନଙ୍କୁ ଫର୍ମ ୭ ଜରିଆରେ ବାଦ୍ ଦିଆଯାଇଛି । ଯାହାର ଅନେକ ପ୍ରମାଣ ରହିଛି ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ନିର୍ବାଚନ ଅଧିକାରୀଙ୍କ ନାମରେ ଅଭିଯୋଗ ହେଲେ ବିଭାଗୀୟ ଅଧିକାରୀ ମାନେ ଉତ୍ତର ଦେବା କଥା, କିନ୍ତୁ ବିଜେପି ମୁଖପାତ୍ର ଉତ୍ତର ଦେଉଛନ୍ତି । ଯାହାକି ଆହୁରି ସନେ୍ଦହ ସୃଷ୍ଟି କରୁଛି । ଏସଆଇଆର ପ୍ରକିୟା ସମ୍ପୂର୍ଣ୍ଣ ଭାବେ ସନେ୍ଦହ ଘେରରେ ରହିଛି । ଗତ ୨୦୨୪ ସାଧାରଣ ନିର୍ବାଚନ ମଧ୍ୟ ସନେ୍ଦହ ଘେରରେ ରହିଛି । ଭୋଟର ତାରତମ୍ୟ ନେଇ ବିଜେଡି ପକ୍ଷରୁ ତଥ୍ୟ ଓ ପ୍ରମାଣ ସହ ରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା, କିନ୍ତୁ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଭୋଟର ଯୋଡ଼ିବାକୁ ଗୁରୁତ୍ୱ ଦେଉଥିବା ବେଳେ ବିଜେପି ଭୋଟର ତାଲିକାରୁ ନାମ ବାଦ୍ ଦେଉଛି । ସରକାରୀ ସଂସ୍ଥା ଗୁଡ଼ିକୁ ଲଗାଇ ନିର୍ବାଚନ ଜିତିଛି ବିଜେପି । ତେଣୁକରି ସରକାରୀ ସଂସ୍ଥା ମାନେ ଏପରି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ସମ୍ପୂର୍ଣ୍ଣ ଏସଆଇଆର ପ୍ରକିୟାର ପୁନଃ ଯାଞ୍ଚ କରାଯାଉ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande