ବାଲାଜୀ କଲେଜ ଅଫ ନର୍ସିଂ ଠାରେ ଯଶୋଦା ଯୋଜନା ସଚେତନତା
ବଲାଙ୍ଗିର 5 ସେପ୍ଟେମ୍ବର (ହି.ସ.) ସ୍ଥାନୀୟ ବାଲାଜୀ କଲେଜ ଅଫ ନର୍ସିଂ , ବଲାଙ୍ଗୀର ର ସଭା ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ମିଳିତ ଉଦ୍ୟମରେ ଯଶୋଦା ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯକ୍ରମରେ ବାଲାଜୀ କଲେଜ ଅଫ ନର୍ସିଂ ର ଟିଉଟର। ଜ୍ୟୋସ୍ନାମୟୀ ପ
ବାଲାଜୀ କଲେଜ ଅଫ ନର୍ସିଂ ଠାରେ ଯଶୋଦା ଯୋଜନା ସଚେତନତା ।


ବଲାଙ୍ଗିର 5 ସେପ୍ଟେମ୍ବର (ହି.ସ.) ସ୍ଥାନୀୟ ବାଲାଜୀ କଲେଜ ଅଫ ନର୍ସିଂ , ବଲାଙ୍ଗୀର ର ସଭା ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ମିଳିତ ଉଦ୍ୟମରେ ଯଶୋଦା ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯକ୍ରମରେ ବାଲାଜୀ କଲେଜ ଅଫ ନର୍ସିଂ ର ଟିଉଟର। ଜ୍ୟୋସ୍ନାମୟୀ ପଟ୍ଟନାୟକ ଙ୍କ ଅଧ୍ଯକ୍ଷତାରେ ସଭା ଅନୁଷ୍ଟିତ ହୋଇଥିଲା।ଏହି ଅବସରରେ ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଯଶୋଦା ଯୋଜନା ଉପରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଜଣାଇଥିଲେ, ପିତୃ ,ମାତୃ ହିନ ଶିଶୁ ଏହାର ଲାଭ ନେବାକୁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।କାର୍ଯକ୍ରମରେ ଯଶୋଦା ଯୋଜନା ର ଆବେଦନ ପ୍ରଣାଳୀ ଉପରେ ଜଣାଇଥିଲେ ଯଥା - ଦରଖାସ୍ତ,ବାର୍ଷିକ ଆୟ ପ୍ରମାଣ ପତ୍ର,ପିତା ମାତା ଙ୍କ ମୃତ୍ୟୁ ପ୍ରମାଣ ପତ୍ର, ହିତାଧିକାରୀ ଙ୍କ ଆଧାର କର୍ଡ,ମେଟ୍ରିକ ପାସ୍ ଏବଂ ବାଲାଜୀ କଲେଜ ଅଫ ନର୍ସିଂ ରେ ପାଠ ପଢୁଥିବା ପ୍ରମାଣ ପତ୍ର,ଫୋଟୋ,ଆଡ଼ମିଶନ ଓ ଅନ୍ୟାନ୍ୟ ଫିଜ ର ଓରିଜିନାଲ ବିଲ ଲାଗିବ ବୋଲି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଜଣାଇଥିଲେ। ଏହି ସଚେତନତା ଶିବିର ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ କିଶୋର ନ୍ୟାୟ ଆଇନ୍,ବାଲ୍ୟ ବିବାହ ଆଇନ,ପି ସି ପି ଏନ ଡି ଟି ଆଇନ୍ ଉପରେ ମତାମତ ଦେଇଥିଲେ।କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କାଉନସେଲର ରାକେଶ କୁମାର ପଟେଲ,ଚାଇଲ୍ଡ ହେଲ୍ପ ଲାଇନ୍ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବୋଧ କୁମାର ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅରୁଣ ଖୁଆସ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande