ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଏନ.ଏଚ-୪୯ରେ ରାସ୍ତା ଅବରୋଧ
କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ଜୁଡ଼ିଆ ଘାଟି ଉପରେ ଭୂସ୍ଖଳନ ଘଟିଛି। ଘାଟିରୁ ବଡ଼ବଡ଼ ପଥର ଓ ମାଟି ଅତଡ଼ା ଖସି ଏନଏଚ-୪୯ ଉପରେ ପଡ଼ିବାରୁ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ସମ୍ପ୍ରତି ଜୁଡ଼ିଆ ଘାଟିରେ ଭୂସ୍ଖଳନ ଯୋଗୁଁ ରାଜପଥର ଗୋଟିଏ ପାର୍ଶ୍ୱ
Bhuskhalan


କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ଜୁଡ଼ିଆ ଘାଟି ଉପରେ ଭୂସ୍ଖଳନ ଘଟିଛି। ଘାଟିରୁ ବଡ଼ବଡ଼ ପଥର ଓ ମାଟି ଅତଡ଼ା ଖସି ଏନଏଚ-୪୯ ଉପରେ ପଡ଼ିବାରୁ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ସମ୍ପ୍ରତି ଜୁଡ଼ିଆ ଘାଟିରେ ଭୂସ୍ଖଳନ ଯୋଗୁଁ ରାଜପଥର ଗୋଟିଏ ପାର୍ଶ୍ୱ ଅବରୋଧ ହୋଇଛି।

ରାସ୍ତା ଉପରେ ପଡ଼ିଥିବା ମାଟି ଓ ପଥର ହଟାଇବା ପାଇଁ ଏନ୍ଏଚ୍ଏଆଇ ପକ୍ଷରୁ ସଫେଇ କାର୍ଯ୍ୟ ଜାରି ରହିଛି। ଏହି କାରଣରୁ ଘାଟି ଦେଇ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ଧୀରଗତିରେ ଚାଲୁଛି ଏବଂ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଯାହାର ସ୍ଥାୟୀ ସମାଧାନ ପାଇଁ ବିଜେପି ଜିଲ୍ଲା ସଭାପତି ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande