

ବଲାଙ୍ଗିର, ୨୫ ସେପ୍େଟମ୍ବର (ହି.ସ.) ଆଜି ବଲାଙ୍ଗୀରସ୍ଥ କଳାମଣ୍ଡଳ ପଡିଆରେ ବିଦ୍ୟାଭାରତୀ ସଂସ୍ଥା, ବଲାଙ୍ଗୀର ଶାଖା ଆନୁକୁଲ୍ୟରେ “ନମାମୀ ଭାରତ” କାର୍ଯ୍ୟକ୍ରମ ଡ. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଯୋଗ ଦେଇଥିଲେ । ସମବେତ ସଙ୍ଗୀତ ଶ୍ରୀମୟୀ ପଣ୍ଡା, ଦୀପନ୍ୱିତା ଦାଶ୍, ହର୍ଷିତା ସିଂ ଗାନ କରିଥିଲେ । ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କଦମପଡା ଶିଶୁ ୍ୱିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର କରିଥିବା ବେଳେ ଛାତ୍ରୀ ବିଶାଖା ମେହେର, ପ୍ରଗତି ଦାଶ ସଂଯୋଜନା କରିଥିଲେ । ସଭାପତି ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧନା କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଲେ ଯେ ବନ୍ଦେମାଚରଂ ହୃଦୟର ସଙ୍ଗୀତ ହେଉ । ସଭାପତି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ୧୧ଘ. ସମୟରେ ସାମୁହିକ “ବନ୍ଦେ ମାତରଂ”ଗାନ ହୋଇଥିଲା । ଧନ୍ୟବାଦ ଅର୍ପଣ ରବୀନ୍ଦ୍ର ପଣ୍ଡା କରିଥିଲେ । ମଂଚାସୀନ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ରବୀନ୍ଦ୍ର ପଣ୍ଡା, ରାମକୁମାର ମିଶ୍ର, ଦତାନନ୍ଦ ପଣ୍ଡା,ଓ ପ୍ରକାଶ ମହାନ୍ତି ଉପସ୍ଥିତ ଥିଲେ । ଏହିପରି ପ୍ରଦୀପ ମେର୍ଲୀଙ୍କ ସଂଚାଳନରେ କାର୍ଯ୍ୟକ୍ରମଟି ସଫଳତା ସହ ସଂପୁର୍ଣ୍ଣ ହୋଇଥିଲା ।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ