ଚମ୍ପୁଆ ଘରୋଇ ବସ୍ ମାଲିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ
କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଆଜି ଚମ୍ପୁଆ ଘରୋଇ ବସ୍ ମାଲିକ ସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଉତମ କୁମାର କର ଓ ସଭାପତି ଦିଲ୍ଲୀପ କୁମାର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସମସ୍ତ ବସ୍
Bandhumilan


କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଆଜି ଚମ୍ପୁଆ ଘରୋଇ ବସ୍ ମାଲିକ ସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଉତମ କୁମାର କର ଓ ସଭାପତି ଦିଲ୍ଲୀପ କୁମାର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସମସ୍ତ ବସ୍ ମାଲିକଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟତଃ ୨୦୦ଜଣ ସଂଘ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କେନ୍ଦୁଝର, ଆନନ୍ଦପୁର, ଘଟଗାଁ,ଯୋଡ଼ା,ବଡ଼ବିଲ, କରଞ୍ଜିଆ, ଯଶିପୁର,ଓ ରାଇରଙ୍ଗପୁର ସଂଘର କର୍ମକର୍ତାଙ୍କ ସମେତ କେନ୍ଦୁଝର ଓ ଉପଖଣ୍ଡର ଅନେକ ପ୍ରଶସାନିକ, ପୋଲିସ ଓ ପରିବହନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ବିଶ୍ୱକର୍ମା ପୂଜା ପରେ ବର୍ଷରେ ଥରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ମାଲିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା,ବ୍ୟବସାୟିକ ସମସ୍ୟା ଗୁଡ଼ିକର ଆଲୋଚନା କରିବା ଏବଂ ପରସ୍ପର ମଧ୍ୟରେ ଭାଇଚାରା ଓ ସମ୍ପର୍କ ସୁଦୃଢ କରିବା ଉଦ୍ଧେଶ୍ୟରେ କରାଯାଇଥାଏ । ଚମ୍ପୁଆ ଓ ଏହାର ଆଖପାଖ ଅଂଚଳରେ ଚଳାଚଳ କରୁଥିବା ଘରୋଇ ବସ୍ ମାଲିକ,ପରିଚାଳକ ଓ ବିଭିନ୍ନ ଷ୍ଟାଣ୍ଡରେ କର୍ମଚାରୀ ମାନେ ଯୋଗ ଦେଇଥିଲେ । ବସମାଲିକ ମାନଙ୍କର ପରିବାର ସଦସ୍ୟ ମାନେ ଏଠାରେ ଏକତ୍ରିତ ହୋଇ ଭାବରେ ଆଦାନପ୍ରଦାନ ମଧ୍ୟ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande