କାନ୍ଥ ଭୁଶୁଡ଼ି ଚାପି ହୋଇ ୩ ବର୍ଷର ଶିଶୁ କନ୍ୟା ମୃତ
କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଲଘୁଚାପଜନିତ ଲଗାଣ ବର୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ସ୍ୱାମ ମୁଣ୍ଡା ସାହିରେ ଘଟିଛି ଦୁଃଖଦ ଅଘଟଣ। କାନ୍ଥ ଭୁଶୁଡ଼ି ପଡ଼ିବାରୁ ତଳେ ଚାପି ହୋଇ ୩ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ବଂଟି ମୁଣ୍ଡାଙ୍କ ଝିଅ ପ୍ରମିଳା ମୁଣ୍ଡାଙ୍
କାନ୍ଥ ଭୁଶୁଡ଼ି ଚାପି ହୋଇ ୩ ବର୍ଷର ଶିଶୁ କନ୍ୟା ମୃତ


କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଲଘୁଚାପଜନିତ ଲଗାଣ ବର୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ସ୍ୱାମ ମୁଣ୍ଡା ସାହିରେ ଘଟିଛି ଦୁଃଖଦ ଅଘଟଣ। କାନ୍ଥ ଭୁଶୁଡ଼ି ପଡ଼ିବାରୁ ତଳେ ଚାପି ହୋଇ ୩ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ବଂଟି ମୁଣ୍ଡାଙ୍କ ଝିଅ ପ୍ରମିଳା ମୁଣ୍ଡାଙ୍କ ବୋଲି ଜଣାପଡ଼ିଛି। ଘଟଣା ପରେ ଶିଶୁଟିକୁ କାନ୍ଥ ତଳୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ସେଠାରୁ ଶିଶୁ ଟିକୁ ଗୁରୁତର ଅବସ୍ଥାରେ ପାଟଣା ମେଡିକାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ୱାମ ମୁଣ୍ଡା ସାହିରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଲଗାଣ ବର୍ଷା ମଧ୍ୟରେ ଘଟିଥିବା ଏହି ଅଘଟଣକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande