ସମବାୟ ସଦସ୍ୟତା ମହା ଅଭିଯାନସମ୍ବନ୍ଧ'ର ଶୁଭାରମ୍ଭ
ଖୋର୍ଦ୍ଧା, ୨୫ ସେପ୍ଟେମ୍ବର (ହି.ସ.) - ସମବାୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସମବାୟ ବିଭାଗ ମିଳିତ ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ସମବାୟ ସଦସ୍ୟତା ମହା ଅଭିଯାନ ସମ୍ବନ୍ଧ'' ଯୋଜନାର ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଅଛି । ରାଜ୍ୟ ସ୍ତ
Samabay


ଖୋର୍ଦ୍ଧା, ୨୫ ସେପ୍ଟେମ୍ବର (ହି.ସ.) - ସମବାୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସମବାୟ ବିଭାଗ ମିଳିତ ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ସମବାୟ ସଦସ୍ୟତା ମହା ଅଭିଯାନ ସମ୍ବନ୍ଧ' ଯୋଜନାର ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଅଛି । ରାଜ୍ୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ରାଜ୍ୟ ସମବାୟ ବିଭାଗ ଆନୁକୁଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭାଗୀୟ ଶାସନ ସଚିବ ଏବଂ ଅନ୍ୟ ଶାସନ ସଚିବ ଙ୍କ ଗହଣରେ ରିମୋଟ ବଟମ ଦବାଇ ସମଗ୍ର ରାଜ୍ୟ ପାଇଁ ଯୋଜନାର ଲୋକାର୍ପଣ କରିଥିଲେ । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ ସମବାୟ ସମିତିର ସହେ ବର୍ଷର ଇତିହାସ ରହିଅଛି । ବର୍ତମାନ ସମବାୟ ଆମ ସମାଜର ଜୀବନରେଖା ପାଲଟି ଯାଇଛି, ତୃଣମୂଳ ସ୍ତରରେ ପ୍ରତ୍ୟେକ ପରିବାରରୁସମ୍ବନ୍ଧ'ରେ ଜଣକୁ ସାମିଲ କରି ସମବାୟ ସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ ଏକ ମହତକାଙ୍କ୍ଷୀ ଯୋଜନା ଯାହା ବିକଶିତ ଓଡ଼ିଶା ଅ୨୦୩୬ ଏବଂ ବିକଶିତ ଭାରତଅ୨୦୪୭ ସଫଳ ହେବାରେ ମେରୁଦଣ୍ଡ ସାଜିବ । ସେ ଆହୁରି କହିଥିଲେ ସମ୍ବନ୍ଧ ' କୃଷକ ମାନଙ୍କୁ ସ୍ୱାବଲମ୍ବୀ କରିବା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଯୋଗଦେଇ କହିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଯେଉଁ ଯୋଜନାସମ୍ବନ୍ଧ' ଲୋକାର୍ପଣ ହେଲା ତାହା ଖୁବ୍ ଉଚ୍ଚକୋଟୀର ଅଟେ । ଛାତ୍ର/ଗୁରୁ ଙ୍କ ସମ୍ପର୍କ, ଅଧିକାରୀ ଓ କର୍ମଚାରୀ ମାନଙ୍କ ସମ୍ପର୍କ, ଶାସକ ଓ ପ୍ରଶାସକଙ୍କ ମଧ୍ୟରେ ସମ୍ପର୍କ ସମାଜ ଓ ରାଷ୍ଟ୍ର ପାଇଁ ଉନ୍ନତିର ପଥ ଦେଖାଇଥାଏ, ସେହିପରିସମ୍ବନ୍ଧ ' ଯୋଜନା ସମବାୟ ସମିତି, ବ୍ୟାଙ୍କ୍ ଏବଂ ସଦସ୍ୟ/ସଦସ୍ୟା ମାନଙ୍କ ସହ ସମନ୍ୱୟ ରଖି ତୃଣ ମୂଳ ସ୍ତରରେ ଆର୍ôଥକ ମେରୁଦଣ୍ଡକୁ ସୁଦୃଢ କରିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ସମବାୟ ସଦସ୍ୟ ଅଭିଯାନସମ୍ବନ୍ଧ' ପ୍ରତ୍ୟେକ ପରିବାରରୁ ଏକ ଜଣ ସଦସ୍ୟ ରହି ସରକାରୀ ଯୋଜନାରେ ସାମିଲ ହୋଇ ଆର୍ôଥକ ସ୍ଥିତି ମଜବୁତ୍ କରିବାକୁ କହିଥିଲେ କ୍ଷ ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ ଯୋଗଦେଇ କହିଲେ ସମ୍ବନ୍ଧ'ଯୋଜନା ସଦସ୍ୟ/ସଦସ୍ୟା ମାନଙ୍କୁ ବହୁମୁଖୀ ଦକ୍ଷତା ଯୋଗାଇ ସମବାୟ ସଶକ୍ତି କରଣକୁ ଅଧିକରୁ ଅଧିକ ମଜବୁତ୍ କରିବ ବୋଲି କହିଥିଲେ କ୍ଷ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ,ମନୋରଞ୍ଜନ ମିଶ୍ର ଯୋଗଦେଇ କହିଲେ ଗ୍ରାମୀଣ ବିକାଶ ଧାରାରେ, ବନ୍ଧୁତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ସମସ୍ୟା ଗୁଡ଼ିକୁ ସମାଧାନ ଦିଗରେ ସମବାୟ ସମିତି ଅଗ୍ରଣୀ ଭୂମିକା ନିର୍ବାହ କରିବ । ଖୋର୍ଦ୍ଧା ଉପ ନିବନ୍ଧକ, ସମବାୟ ସମିତି, ଅଳକାନନ୍ଦା ଜେନା ଯୋଗଦେଇ ସମବାୟ ସମିତି ଓ ନାଫେଡ ବଜାର ଯୋଜନାର ସୁଫଳ ଉପରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାରେ ୧୧୦ଟି ସମବାୟ ସମିତି କାର୍ଯ୍ୟକ୍ଷମ ଅଛି ବୋଲି ସୂଚନା ଦେଇଥିଲେ । ସହକାରୀ ନିବନ୍ଧକ, ସମବାୟ ସମିତି ଭାଗବତ ମାରାଣ୍ଡି ଯୋଗଦେଇ କହିଲେ ଜିଲ୍ଲାରେ ୭୦ ହଜାର ମେମ୍ବର ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି ଏବଂ ସରକାରଙ୍କ ପକ୍ଷରୁ ଦୁଇମାସ ସମୟ ଦିଆଯାଇଛି । ସମବାୟ ସମିତି ସଭାପତି/ସମ୍ପାଦକ ତାଙ୍କର ମୋବାଇଲ ଆପ ରେ କାର୍ଯ୍ୟ ସରକାରଙ୍କ ନୀୟମାନୁସାରେ ନିଷ୍ଠାପର ଭାବେ କର୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ କାର୍ଯ୍ୟ ନିର୍ବାହୀ, କେନ୍ଦ୍ର ସମବାୟ ବ୍ୟାଙ୍କ ସାରଥୀ ଶତପଥୀ ସମବାୟ ସମିତି ପ୍ରଗତି ପଥେ ଆଗେଇ ଚାଲିଛି ବୋଲି ଉତଥାପନ କରି ବିଭିନ୍ନ ସେବା ଦିଗରେ ଆଲୋକ ପାତ କରିଥିଲେ । ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସହକାରୀ ନିବନ୍ଧକ, ସମବାୟ ସମିତି, ଭୁବନେଶ୍ୱର, ମିହିକା ଦାସ ପ୍ରଦାନ କରିଥିଲେ । ସେହିପରି ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ସହକାରୀ ଅଡିଟର ଜେନେରାଲ ସମବାୟ ସମିତି, ଭବାନୀ ଶଙ୍କର ପୁଷ୍ପାଳକ ଯୋଗଦେଇ ସମ୍ବନ୍ଧ' ଯୋଜନା ଉପରେ ମତ ରଖିଥିଲେ । ସମସ୍ତ ଅତିଥି ମାନଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଓ ଚାରା କୁଣ୍ଡ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଦିବସରେ ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ସମବାୟ ସମିତି ସଭାପତି, ସମ୍ପାଦକ, ସଦସ୍ୟ ସଦସ୍ୟା, ବ୍ୟାଙ୍କ୍ କର୍ମଚାରୀ, ତ୍ରିସ୍ତରୀୟ ପଂଚାୟତ ରାଜ ଅନୁଷ୍ଠାନ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande