ମାଲକାନଗିରିରେ ସମ୍ବନ୍ଧ ସମବାୟ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ
ମାଲକାନଗିରି , ୨୫ ସେପ୍ଟେମ୍ବର (ହି.ସ.) - ସ୍ଥାନୀୟ ସଂସ୍କୃତି ଭବନଠାରେ ସମବାୟ ସଦସ୍ୟତା ମହା ଅଭିଯାନ ସମ୍ବନ୍ଧ–୨୦୨୬ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ମହୋତ୍ସବ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଏହି ମହା ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଭାସୀ
ମାଲକାନଗିରିରେ ସମ୍ବନ୍ଧ ସମବାୟ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ


ମାଲକାନଗିରି , ୨୫ ସେପ୍ଟେମ୍ବର (ହି.ସ.) - ସ୍ଥାନୀୟ ସଂସ୍କୃତି ଭବନଠାରେ ସମବାୟ ସଦସ୍ୟତା ମହା ଅଭିଯାନ ସମ୍ବନ୍ଧ–୨୦୨୬ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ମହୋତ୍ସବ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଏହି ମହା ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ସମବାୟ ବ୍ୟବସ୍ଥା ହେଉଛି ଆମ ଜିଲ୍ଲାର ଗ୍ରାମୀଣ ଅର୍ଥନୀତି ଓ କୃଷକମାନଙ୍କ ସମୃଦ୍ଧିର ମୂଳଦୁଆ। ସମ୍ବନ୍ଧ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ନାଗରିକ ସମବାୟ ଆନ୍ଦୋଳନ ସହ ଯୋଡ଼ିହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ।

ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି, ନବରଙ୍ଗପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ଏବଂ ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। ମାଲକାନଗିରି ବିଭାଜନର ସମବାୟ ସମିତି ସମୂହ ଉପନିବନ୍ଧକ ଥିଓଫିଲ ଶବର ସଭାରେ ପୌରୋହିତ୍ୟ କରିଥିଲେ।

ଏହି ମହା ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ସମବାୟ ଆନ୍ଦୋଳନକୁ ଅଧିକ ସୁଦୃଢ଼ କରିବା, ଅଧିକରୁ ଅଧିକ ଲୋକଙ୍କୁ ସମବାୟ ସହିତ ଯୋଡ଼ିବା ଏବଂ ସମବାୟ ସଂସ୍ଥାଗୁଡ଼ିକରେ ସଦସ୍ୟତା ବୃଦ୍ଧି କରିବା।

ଏହି କାର୍ଯ୍ୟକ୍ରମରେ ସହକାରୀ ନିବନ୍ଧକ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି, ପ୍ରବନ୍ଧକ ଓ ସମବାୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏକତା, ସହଯୋଗ ଓ ସମୃଦ୍ଧିର ନାରା ସହ ଜିଲ୍ଲାର ସମସ୍ତ ନାଗରିକଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande