
ଗଞ୍ଜାମ, ୨୫ ସେପ୍ଟେମ୍ବର (ହି.ସ.)- ସମାଜ ସଂସ୍କାରକ, ଧର୍ମ ପ୍ରାଣ ସମାଜସେଵୀ ଓ ଡାକ୍ତର ସ୍ବର୍ଗତ ଧର୍ମାନନ୍ଦ ମହାନ୍ତିଙ୍କ ୫୧ତମ ଶ୍ରାଦ୍ଧ ଉତ୍ସବ ପିତଳ ଧର୍ମାନନ୍ଦ ମହିଳା ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍ୱର୍ଗତ ଧର୍ମାନନ୍ଦ ପ୍ରତିମୂର୍ତ୍ତି ଓ ଫୋଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା।
ଧର୍ମାନନ୍ଦ ମହାନ୍ତିଙ୍କ ଜୀବନ ଚର୍ଯ୍ଯା ଓ ଆଦର୍ଶ ଜନସେବାର ଦୃଷ୍ଟାନ୍ତ ପ୍ରଦାନ କରି ଡାକ୍ତର ହୃଷୀକେଶ ମହାନ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସମିତିର ସଭାନେତ୍ରୀ ନମିତା ପୋଲାଇ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ପରିଶେଷରେ ସମ୍ପାଦିକା ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବହୁ ମହିଳା ଓ ଜନସାଧାରଣ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ