ସେବା ସଂକଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ନୂଆପଡ଼ା ଜିଲ୍ଲାରେ ‘ଏକ ପେଡ୍ ମା’ କେ ନାମ୍ ୩.୦’, ୧୩୧ ଗ୍ରାମ ପଂଚାୟତରେ ରୋପଣ ହେଲା ୯୧,୭୦୦ ବୃକ୍ଷ
ନୂଆପଡ଼ା, ୨୫ ସେପ୍େଟମ୍ବର(ହି.ସ.)- ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ‘ଏକ ପେଡ୍ ମା’ କେ ନାମ୍ ୩.୦’ କାର୍ଯ୍ୟକ୍ରମ ଅବସରରେ ନୂଆପଡ଼ା ବ୍ଲକର ଡୁମେରପାଣି ଗ୍ରାମ ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିକ୍ଷ ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍
Ek ped maa ke nam karyakram


ନୂଆପଡ଼ା, ୨୫ ସେପ୍େଟମ୍ବର(ହି.ସ.)- ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ‘ଏକ ପେଡ୍ ମା’ କେ ନାମ୍ ୩.୦’ କାର୍ଯ୍ୟକ୍ରମ ଅବସରରେ ନୂଆପଡ଼ା ବ୍ଲକର ଡୁମେରପାଣି ଗ୍ରାମ ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିକ୍ଷ ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଖ୍ୟାମାନିଧି ଭୋଇଙ୍କ ସମେତ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର, ସମିତି ସଭ୍ୟ ଚୂରଣ ମାଝୀ, ସରପଂଚ ଟେକରାମ ସାହୁ ଓ ବିଡିଓ ରୋହିତ ଭୋଇ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଅଭିଯାନ ଅନ୍ତର୍ଗତ ଜିଲ୍ଲାର ସମସ୍ତ ୧୩୧ଟି ଗ୍ରାମ ପଂଚାୟତରେ ୭୦୦ଟି ଲେଖାଏଁ, ମୋଟ ୯୧,୭୦୦ଟି ବୃକ୍ଷ ରୋପଣ କରାଯାଇଛି। ପରିବେଶ ସୁରକ୍ଷା, ଜଳବାୟୁ ସନ୍ତୁଳନ ଓ ସବୁଜ ଆବରଣ ବୃଦ୍ଧି ଲକ୍ଷ୍ୟରେ ବୃକ୍ଷରୋପଣ କରାଯାଇଥିବା ବେଳେ ରୋପିତ ଚାରାଗୁଡ଼ିକର ଯତ୍ନ ଓ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଜିଲ୍ଲାପାଳ ଶ୍ରୀ ଦାଶ ପରିବେଶ ସୁରକ୍ଷା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା ସହ ରୋପିତ ଚାରାଗୁଡ଼ିକର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ଏଥିସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାରରୁ ବିରତ ରହି ପରିବେଶ ସୁରକ୍ଷାରେ ସମସ୍ତେ ସହଭାଗୀ ହେବାକୁ ସେ ଆହ୍ୱାନ ଦେଇଥିଲେ। ଗଛ ଆମ ପରିବେଶର ସୁରକ୍ଷା କବଚ ହୋଇଥିବାରୁ ଏହାର ସୁରକ୍ଷାକୁ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ସେ କହିଥିଲେ।

---------------

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande