କୈରାଲୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀରେ ବିଶ୍ୱ ଫାର୍ମାସୀ ସପ୍ତାହ ପାଳିତ
କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - କେରଳ ୱେଲଫେୟାର ଆଣ୍ଡ ଏଜୁକେସନାଲ ଡେଭେଲପମେଂଟ ଟ୍ରଷ୍ଟ ଅଧୀନସ୍ଥ କୈରାଲୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ, ଶିକ୍ଷାନଗରୀ, ଚମ୍ପୁଆଠାରେ ସେପ୍େଟମ୍ବର ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସହ ବିଶ୍ୱ ଫାର୍ମାସୀ ସପ୍ତାହ ପାଳନ କରାଯାଇଛି। ଏପରିକି
Farmacy


କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - କେରଳ ୱେଲଫେୟାର ଆଣ୍ଡ ଏଜୁକେସନାଲ ଡେଭେଲପମେଂଟ ଟ୍ରଷ୍ଟ ଅଧୀନସ୍ଥ କୈରାଲୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ, ଶିକ୍ଷାନଗରୀ, ଚମ୍ପୁଆଠାରେ ସେପ୍େଟମ୍ବର ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସହ ବିଶ୍ୱ ଫାର୍ମାସୀ ସପ୍ତାହ ପାଳନ କରାଯାଇଛି। ଏପରିକି ସେପ୍େଟମ୍ବର ୧୯ ତାରିଖରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ଫାର୍ମାସୀର ଗୁରୁତ୍ୱ, ଫାର୍ମାସିଷ୍ଟଙ୍କ ଭୂମିକା, ଔଷଧର ସଠିକ୍ ଓ ନିରାପଦ ବ୍ୟବହାର ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରାକୁ କୈରାଳୀ ଫାର୍ମାସୀ ଇନଷ୍ଟିଚ୍ୟୁଟ୍ର ଅଧ୍ୟକ୍ଷ ପ୍ରଫେସର୍ (ଡା.) ସତ୍ୟବ୍ରତ ଜେନା, ଉପାଧ୍ୟକ୍ଷା ସବିତା ସାହୁ ଏବଂ ସହକାରୀ ପ୍ରଫେସର୍ ଗୁରୁପ୍ରସାଦ ଦାସ, ସୁଶ୍ରୀ ସଙ୍ଗୀତା ସାହୁ, ପ୍ରଜ୍ଞା ପରମିତା ବାରିକ,ସ୍ୱାଗତିକା ଦାସ ଓ ଶ୍ରୀମତୀ ରଶ୍ମି ରଞ୍ଜିତା ପ୍ରିୟଦର୍ଶିନୀ ପ୍ରମୁଖ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଫାର୍ମାସୀ ଇନଷ୍ଟିଚ୍ୟୁଟ୍ର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ବ୍ୟତୀତ କୈରଳୀ କଲେଜ ଅଫ୍ +୩ ସାଇନ୍ସର ଅଧ୍ୟକ୍ଷ ଡା. ବି. ରାମରାଜୁ, ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ, କୈରଳୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍େସସ୍ ଏବଂ କେରଳ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ। ଶୋଭାଯାତ୍ରା ମାଧ୍ୟମରେ ସାଧାରଣ ଜନତାଙ୍କୁ ଫାର୍ମାସୀ ଓ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱ, ସଠିକ୍ ଔଷଧ ସେବନ ଏବଂ ବିଭିନ୍ନ ସ୍ୱାସ୍ଥ୍ୟଗତ ବାର୍ତା ପ୍ରଦାନ କରାଯାଇଥିଲା।

ଏହି ଆୟୋଜନକୁ ସଫଳ କରିବା ପାଇଁ ଟ୍ରଷ୍ଟର ଅଧ୍ୟକ୍ଷ ଡ. ରାଜମୋହନ ପି.ଏସ୍., ସମ୍ପାଦିକା ଉମା ରାଜମୋହନ ପି.ଏସ୍., ମ୍ୟାନେଜର ଶ୍ରୀ ମୁରଲୀଧରନ୍ କେ.ଏସ୍. ଏବଂ ପରିଚାଳନା କମିଟିର ସଦସ୍ୟ ଶ୍ରୀ ଟି. ପ୍ରକାଶନ ଓ ଶ୍ରୀ ଦୈତାରୀ ସାହୁ ଉପସ୍ଥିତ ରହି ନିରନ୍ତର ସହଯୋଗ ଯୋଗାଇ ଦେଇଥିଲେ।

କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସେପ୍େଟମ୍ବର ୧୯ ରୁ ୨୫ ପର୍ଯ୍ୟନ୍ତ ଚାଲିଥିବା ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର କ୍ରୀଡ଼ା ଏବଂ ସାଂସ୍କୃତିକ ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରାଯାଇଛି, ଯେଉଁଥିରେ ଇନଷ୍ଟିଚ୍ୟୁଟ୍ର ସମସ୍ତ ଛାତ୍ରଛାତ୍ରୀ ବେଶ୍ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରଙ୍କ ପରି ଜଣେ ଫାର୍ମାସିଷ୍ଟଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଔଷଧର ଗବେଷଣା, ପ୍ରସ୍ତୁତି, ଗୁଣବତା ନିୟନ୍ତ୍ରଣ ଏବଂ ରୋଗୀଙ୍କୁ ସଠିକ୍ ମାତ୍ରାରେ ଔଷଧ ବ୍ୟବହାର କରିବାର ପରାମର୍ଶ ଦେବାରେ ଫାର୍ମାସିଷ୍ଟମାନେ ପ୍ରମୁଖ ସୂତ୍ରଧର ଅଟନ୍ତି। ଆଜିର ସମାଜରେ ସୁସ୍ଥ ଓ ନିରାମୟ ଜୀବନଶୈଳୀ ଗଠନ କରିବାରେ ଏହି ବୃତିର ଗୁରୁତ୍ୱ ଅତୁଳନୀୟ।ଏହି ବିଶ୍ୱ ଫାର୍ମାସୀ ସପ୍ତାହ ସେହି ଦାୟିତ୍ୱ ଓ ଅବଦାନକୁ ଉଜାଗର କରିବା ସହ ଭବିଷ୍ୟତର ସୁସ୍ଥ ସମାଜ ଗଠନରେ ଫାର୍ମାସିଷ୍ଟଙ୍କ ଭୂମିକାକୁ ଅଧିକ ସୁଦୃଢ଼ କରିବାର ବାର୍ତା ପ୍ରଦାନ କରୁଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande